ମୁମ୍ବାଇ,୧୭/୧୧(ସନ୍ଧାନ ନିୟୁଜ) : ଦୂର ସ୍ଥାନକୁ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଅନେକ ଚୋରି ମାମଲା ସାମ୍ନାକୁ ଆସିଥାଏ। ଏଣିକି ଟ୍ରେନରେ ଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଏକ ଆପ୍ ପ୍ରସ୍ତୁତ କରିବାର ଯୋଜନା କରାଯାଉଛି ବୋଲି ଆର୍ପିଏଫ୍ର ମହାନିର୍ଦ୍ଦେଶକ ଅରୁଣ କୁମାର ସିଂହ ଶନିବାର ସୂଚନା ଦେଇଛନ୍ତି।
ଏହି ଆପ ଦ୍ଵାରା ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଉ ଚୋରିର ଭୟ ରହିବ ନାହିଁ। ଏହି ଆପ୍ ଜରିଆରେ ଚଳନ୍ତା ଟ୍ରେନ୍ରେ ବି ଯାତ୍ରୀ ଅଭିଯୋଗ କରାଯାଇ ପାରିବେ। ଏହି ଅଭିଯୋଗ କଣ୍ଟ୍ରୋଲ ରୁମ୍ରେ ଥିବା ସୁରକ୍ଷା ଏଜେନ୍ସିଙ୍କୁ ମିଳି ଯିବ। ଆପ୍ରେ ଆରପିଏଫ୍ ଓ ଜିଆରପି ଦୁହିଁଙ୍କ କଣ୍ଟ୍ରୋଲ ରହିବ।
ସୂଚନା ଅନୁସାରେ, ଗତବର୍ଷ ପଶ୍ଚିମ ରେଳବାଇରେ ଚଳନ୍ତା ଟ୍ରେନ୍ରେ ଯାତ୍ରୀଙ୍କ ୬.୫୭କୋଟି ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ଏଥିମଧ୍ୟରୁ କେବଳ ୧୯ଲକ୍ଷର ସାମଗ୍ରୀ ମିଳି ପାରିଥିଲା। ଚଳନ୍ତା ଟ୍ରେନ୍ରେ ଚୋରି ଘଟଣା ୧,୫୬୧ଟି ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରେ ୧୬୮ଟି ମାମଲା ଡିଟେକ୍ଟ ହୋଇପାରି ଥିଲା।



