ଟ୍ରେଡ଼ ୟୁନିୟନ ପକ୍ଷରୁ ୨ ଦିନିଆ ଧର୍ମଘଟରେ କୋଇଡା ବନ୍ଦର ପ୍ରଭାବ

Spread the love

କୋଇଡା, ୮/୧ (ସନ୍ଧାନ ନିୟୁଜ): ବଣେଇ ଉପଖଣ୍ଡରେ ୬ ଟି ରେଲୱେ ସାଇଡିଂ ବନ୍ଦ କରାଯିବା ସହ NH ୧୪୩ ଏବଂ କୋଇଡାର NH୫୨୦ ଅବରୋଧ କରାଯାଇଛି। ଏହି ବିରୋଧକୁ କଂଗ୍ରେସ ,ବିଜେଡି ଏବଂ କମିନିଷ୍ଟ ପାର୍ଟିର କର୍ମକର୍ତା ମାନେ ଦୃଢ଼ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବଣେଇ ଉପଖଣ୍ଡର କୋଇଡା ଅଞ୍ଚଳଟି ଖଣି ଖାଦାନ ଭରା ଅଂଚଳ ହୋଇ ଥିବାରୁ ଦୈନନ୍ଦୀନ ହଜାର ହଜାର ଗାଡି ଚଳାଚଳ କରିଥାଏ କିନ୍ତୁ ବନ୍ଦ ପ୍ରଭାବ ଫଳରେ ଆଜି ଶତାଧିକ ସଂଖ୍ୟାରେ ବସ,ଟ୍ରକ ରାସ୍ତା କଡରେ ଅଟକି ରହିଥିବା ଦେଖିବାକୁ ମିଳିଛି। କମିନିଷ୍ଟ ଦଳ ପକ୍ଷରୁ ସହ ସହ କର୍ମୀ ରେଳ ଲାଇନ ଓ ରାସ୍ତା କୁ ଅବରୋଧ କରିବା ସହ ସର୍ବନିମ୍ନ ମାସିକ ମଜୁରୀ 18ହଜାର ଟଙ୍କା,ଡ୍ରାଇଭର ମାନଙ୍କୁ ସର୍ବନିମ୍ନ 30 ହଜାର ଟଙ୍କା ଦରମା, ସବୁ ପରିବହନ ଶ୍ରମିକମାନଙ୍କୁ ବୋନସ ବୀମା,ଠିକା ଶ୍ରମିକ ବ୍ୟବସ୍ତା ହଟାଇ ଚାକିରିକୁ ସ୍ଥାୟୀ ଏମିତି ବିଭିନ୍ନ ଦାବି କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମସ୍ତ ସ୍କୁଲ,କଲେଜ,ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

Report:-Lambodar barik (koida)

Related Posts

About The Author

Add Comment