ଟ୍ରିବ୍ୟୁନାଲ ତୁରନ୍ତ କାର୍ଯ୍ୟକ୍ଷମ କର

Spread the love

ବାରିପଦା,୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗଠନ ପ୍ରାୟ ଦେଢ଼ ବର୍ଷ ପରେ ମଧ୍ୟ ଅକାମୀ ହୋଇ ପଡିଛି ଓଡ଼ିଶା ରିୟଲ ଇଷ୍ଟେଟ ଆପିଲେଟ୍ ଟ୍ରିବ୍ୟୁନାଲ୍ (ଓଆରଇଏଟି ) । ଏଯାବତ୍ ଗୃହ ଏବଂ ଜମିର କ୍ରେତା ଓ ବିକ୍ରେତାଙ୍କ ଗୋଟିଏ ବି ଅଭିଯୋଗର ଶୁଣାଣି କି ଫଇସଲା ହୋଇନାହିଁ । ଏନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ଟ୍ରିବ୍ୟୁନାଲ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର କାର୍ଯ୍ୟକାରୀ କରିବାରେ ବିଫଳ ହେଲେ ଏହାକୁ କୋର୍ଟର ଅବମାନନା ଭାବେ ନେଇ ହାଇକୋର୍ଟ ନିଜଆଡୁ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଓଆରଇଏଟି ଅକାମୀ ପଡ଼ିଥିବା ଯୋଗୁଁ ସେମାନଙ୍କ   ଅଭିଯୋଗ ବିଚାର ହେଉ ନଥିବା ଦର୍ଶାଇ ଗୃହ କ୍ରେତା ବିମଳେନ୍ଦୁ ପ୍ରଧାନ ଏବଂ ଦୁଇଟି ବିଲଡର ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ସୋଇଥିଲେ । ବିଚାରପତି ଜିଷ୍ଟସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏହି ୩ ଟି ମାମଲାର ଏକାସାଙ୍ଗେ ଶୁଣାଣି କରି। ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଆଇନଜୀବୀ ପି.ଜେ ମୁଦୁଲି କହିଥିଲେ ଯେ , ଆର୍ଥିକ ସ୍ବାଧୀନତା ମିଳି ନଥିବା ଯୋଗୁଁ ଟ୍ରିବ୍ୟୁନାଲ ଠିକରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ରାଜ୍ୟ ସରକାର ଏନେଇ ବିଚାର କରିବା ସହ ଟ୍ରିବ୍ୟୁନାଲ କୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । କିନ୍ତୁ କୋରାନ ଯୋଗୁଁ ବିଳମ୍ବ ହେଉଛି ବୋଲି ଯୁକ୍ତି ଦର୍ଶାଇ ମହଲତ ଦେବା ପାଇଁ ସେ ନିବେଦନ କରିଥିଲେ । ଆବେଦନକାରୀ ଓ ସରକାରଙ୍କ ପକ୍ଷ ଶୁଣିବା ପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ , ଟ୍ରିବ୍ୟୁନାଲର କାର୍ଯ୍ୟକ୍ଷମ ପାଇଁ ସରକାର ଏକ ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରିବେ । ଏହାର ପରିଚାଳନା ପାଇଁ ରିୟଲ୍ ଇଷ୍ଟେଟ ରେଗୁଲେଟୋରୀ ଫଣ୍ଡରୁ ପାଣ୍ଠି ଯୋଗାଇ ଦେବା ସହ ଆର୍ଥିକ ସ୍ବାଧୀନତା ଦିଆଯାଉ । ଓଡ଼ିଆ ପ୍ରଶାସନିକ ଟ୍ରିବ୍ୟୁନାଲର ଯେଉଁ ୧୯ ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ନେଇ ନିଷ୍ପତ୍ତି ହେଉ । ନୂତନ ସ୍ଥାୟୀ ନିଯୁକ୍ତି ନେଇ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକ୍ଷମ କରାଯାଉ । ସ୍ଥାନୀୟ କାର୍ଯ୍ୟାଳୟ ନିର୍ମାଣ ପର୍ଯ୍ୟନ୍ତ ଅସ୍ଥାୟୀ କାର୍ଯ୍ୟାଳୟକୁ ପ୍ରସ୍ତୁତ କରାଯିବ । ସ୍ଥାୟୀ କାର୍ଯ୍ୟାଳୟର ନିର୍ମାଣ ଶୀଘ୍ର ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧ତାରିଖରେ ମାମଲାର ଶୁଣାଣି ହୋଇଥିବା ବେଳେ ଏହାର ୧୫ ଦିନ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ , ଦେବାଶିଷ ନନ୍ଦ ଓ ଏସ୍ ମହାପାତ୍ର ମାମଲାରେ ପରିଚାଳନା କରୁଥିଲେ ।

Related Posts

About The Author

Add Comment