ଟ୍ରାଫିକ ନିୟମ ପାଳନ ପାଇଁ ଶପଥ ନେଲେ ୨ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ

Spread the love

ଭୁବନେଶ୍ବର, ୨୫/୧୧ (ସନ୍ଧାନ ନିଉଜ) : ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଥିବା ୫୦୦ସ୍କୁଲର ପାଖାପାଖି ୨ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବା ଓ ଟ୍ରାଫିକ ନିୟମକୁ ସଠିକ ପାଳନ କରିବା ପାଇଁ ସୋମବାର ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଯାହାକୁ ଟ୍ରାଫିକ ନିୟମ ସଚେତନତା ଅଭିଯାନର ନାମ ଦିଆଯାଇଛି। ଶ୍ରେଣୀରେ ପାଠପଢା ଆରମ୍ଭ ହେବା ପୂର୍ବରୁ ରାଜଧାନୀର ବିଭିନ୍ନ ସ୍କୁଲ-କଲେଜମାନଙ୍କରେ ଭିନ୍ନ ଭିନ୍ନ ସମୟରେ ଏହା ସମ୍ପର୍ଣ୍ଣ ହୋଇଥିଲା। ଏଥିରେ ଉପସ୍ଥିତ ଥିବା ଅତିଥିମାନେ ଟ୍ରାଫିକ ନିୟମର ମହତ୍ବକୁ ବିସ୍ତାର ରୂପେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏବଂ ଏହା ପରେ ଶପଥ ଚିଠି ପଢି ସେମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଶପଥ ପାଠ କାରାଇଥିଲେ।

ଏହି ଅବସରରେ କାର୍ୟ୍ୟକ୍ରମର ଆୟୋଜକ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଶିକ୍ଷାର ଅଥର୍ଥ ହେଉଛି ବ୍ୟବସ୍ଥାକୁ ସୁଧାରିବା। ଭଟ୍ଟ କହିଛନ୍ତି, ରାଜ୍ୟର ୩୦ଟିତ ଜିଲା ମଧ୍ୟରୁ ୭ଟି ଜିଲାରରେ ଏହି ସଙ୍ଗଠନ ସଠିକ୍ ଭାବେ ହୋଇପାରିଛିଫଫ ସମସ୍ଥ ପ୍ରସ୍ତୁତି ଅନଲାଇନରେ କରାଯାଇଥିଲା। ଏହି କାର୍ୟ୍ୟକ୍ରମର ଆୟୋଜନ କରିବାପାଇ ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ୍, ଫେସବୁକର ସମ୍ପୂର୍ଣ୍ଣ ଉପଯୋଗ କରାଯାଇଥିଲା। ଏହାକୁ ଆୟୋଜନ କରିବା ଏବଂ ସମସ୍ଥ ବିଦ୍ୟାଳୟରେ ଅତିଥି ଉପଲବ୍ଧ କରାଇବା ମଧ୍ୟ ଆମପାଇ ସହଜ କାମ ନଥିଲା। ସଂଗଠନର ଲୋକାମନେ ଏନେଇ ବହୁତ ସାହାଯ୍ୟ ସହଯୋଗ କରିଥିଲେ ଯାହାଦ୍ବାରା ଏହି ଶପଥପାଠ କାଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିଲା।

Related Posts

About The Author

Add Comment