ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Spread the love

ବାଲିଗୁଡ଼ା, ୧୭/୭ (ସନ୍ଧାନ ନିଉଜ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ୍ ରେ ଦିନକୁ ଦିନ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି ଏହି ପରିପ୍ରେକ୍ଷିରେ ସ୍ଥାନୀୟ ଟାଉନ୍ ର ମା ଦକ୍ଷିଣ କାଳୀ ଅଟୋ ସଂଘ ଏବଂ ଓଡ଼ିଶା ମୋଟର ଚାଳକ ସଂଘ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରେୟ ଭାଉ ସାହେବଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ରାସ୍ତାର ଦୁଇ ପାଶ୍ୱର୍ରେ ରାସ୍ତାକୁ ଲଗାଇ ପକାଇ ଥିବା ଉଠା ଦୋକାନୀ, ରାସ୍ତାରୁ ଗାଇ ଗୋରୁ ମଇଁଷି, ଛେଳି, କୁକୁର, ତଥା ପାଗଳ ମାନଙ୍କୁ ତୁରନ୍ତ ହଟାଇବା ସଂପର୍କରେ ଉଲ୍ଲେଖ ରହିଛି। ଏଥି ପ୍ରତି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋଟର ଚାଳକ ସଂଘର ସଭାପତି ଅଭିରାମ ଦିଗାଳ, ଉପସଭାପତି ଇସ୍ରାଏଲ୍ ଖାନ୍, ଦଣ୍ଡପାଣି ବିଷୋଇ, ପିଣ୍ଟୁ ନାୟକ ଏବଂ ମା ଦକ୍ଷିଣ କାଳୀ ଅଟୋ ସଂଘରର ସଭାପତି ତାପସ ନାୟକ ଓ ଚକାଡୋଳା ନାୟକ ପ୍ରମୁଖ ଉପସ୍ଥିତ ରହି ଦାବି କରିଛନ୍ତି। ପ୍ରକାଶ ଯେ ବାଲିଗୁଡ଼ା ଟାଉନ୍ ରେ ଯାନ ବାହାନ ଚଳାଚଳ ସମୟରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇଯାଇଛି, ଏଣୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଘ ତରଫରୁ କୁହାଯାଇଛି।

Related Posts

About The Author

Add Comment