ରାଉରକେଲା, ୦୬/୧୦/୨୦ (ସନ୍ଧାନ ନିଉଜ) : ଟ୍ରାନସଫର୍ମର ଗୁଡ଼ିକର ବିଭିନ୍ନ ଯନ୍ତ୍ରାଂଶ ଚୋରି କରୁଥିବା ଏକ ଚୋର ଦଳକୁ ପୁଲିସ ଠାବ କରିଛି । ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଠିକଟା, ନୂଆଟୋଲିର ରାଜୁବେଢା, ରାମଯୋଡ଼ି ଅଂଚଳରେ ଥିବା ବିଦ୍ୟୁତ ଟ୍ରାନସଫର୍ମର ଗୁଡ଼ିକର କପର ତାର, କୋର୍ଡ, ଟ୍ରାନସଫର୍ମର ଅଏଲ ଆଦିକୁ ମଡ଼ର୍ଣ୍ଣ ଇଣ୍ଡିଆର ଗୁରୁଚରଣ ଦାସ, ମଡ଼ର୍ଣ୍ଣ ଇଣ୍ଡିଆ ଗାନ୍ଧି ସ୍କୁଲ ନିକଟରେ ରହୁଥିବା ରାମସିଂ ଗାଗରାଇ, ଜଲଦା ଏ ବ୍ଲକର ହାଟିନଟୋଲାର ରଘୁ ଲୋହାର ଚୋରି କରି ନେଇଥିଲେ । ପୁଲିସ ଏହି ଚୋରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଗତ ସେପ୍ଟେମ୍ବର ୨୧ ତାରିଖରେ ରଘୁ ଲୋହାରକୁ ଗିରଫ କରିଥିଲା । ରଘୁକୁ ଜେରା କରିବା ପରେ ପୁଲିସ ଅନ୍ୟ ୨ ଜଣ ଅଭିଯୁକ୍ତ ଗୁରୁଚରଣ ଦାସ ଓ ରାମସିଂ ଗାଗରାଇକୁ ଗତ ୩ ତାରିଖରେ ଗିରଫ କରିଥିଲା । ଏମାନଙ୍କ ନାମରେ ଲାଠିକଟା ଥାନାରେ ୩ଟି ଓ ଟାଙ୍ଗରପାଲୀ ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଟ୍ରାନସ୍ଫର୍ମର ଯନ୍ତ୍ର୍ରାଂଶ ଚୋରି ଅଭିଯୋଗରେ ୩ ଗିରଫ
|
October 6, 2020 |
