ଟ୍ରାକ୍‌ରେ ଗଡ଼ିଲା ‘ହେରିଟେଜ’ ଟ୍ରେନ୍‌, ଥରେ ବସି ବୁଲି ଆସିଲେ ହୋଇଯିବେ ଖୁସି

Spread the love

ଭୋପାଳ,୨୫/୧୨ (ସନ୍ଧାନ ନିୟୁଜ)  : ମଙ୍ଗଳବାର ମଧ୍ୟପ୍ରଦେଶର ମହୁ-କାଲାକୁଣ୍ଡ ହେରିଟେଜ୍‌ ଟ୍ରେନର ଶୁଭାରମ୍ଭ ହୋଇଛି। ଆଜି ଖ୍ରୀଷ୍ଟମାସ ଥିବା ହେତୁ ଏହି ଟ୍ରେନ୍‌ରେ ସାନ୍ତାକ୍ଲଜ୍‌ ବି ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଟ୍ରେନର ବିଶେଷତ୍ୱ ଖୁବ୍‌ ନିଆରା ରହିଛି। ଥରେ ବସି ଯାତ୍ରା କଲେ ମନ ଖୁସି ହୋଇଯିବ ବୋଲି ବି ଦାବି କରାଯାଉଛି।

ମଧ୍ୟପ୍ରଦେଶର ମହୁ-କାଲାକୁଣ୍ଡ ହେରିଟେଜ୍‌ ଟ୍ରେନରେ ଯାତ୍ରା କରିବାବେଳେ ଯାତ୍ରୀ ରୋମାଞ୍ଚକର ଅନୁଭୂତି ପାଇବେ। କାରଣ ପାହାଡ ପର୍ବତ ଝରଣା ମଧ୍ୟ ଦେଇ ଟ୍ରେନଟି ଗତି କରିବ। ଏହି ଟ୍ରେନର ନାମ ‘ହେରିଟେଜ’ ରଖାଯାଇଛି । ଏପରି ନାମ କରଣ କରିବାର ଅର୍ଥ ହେଉଛି, ଏହି ଟ୍ରେନଟି ଯେଉଁ ପଥ ଦେଇ ଗତି କରିବ, ସେହି ଟ୍ରାକ ପୂର୍ବରୁ ଇଂରେଜ ଶାସନ କାଳରେ ନିର୍ମାଣ କରାଯାଇଥିଲା ବୋଲି କୁହାଯାଉଛି।

ଏହି ଟ୍ରେନରେ ବିଳାସପୂର୍ଣ୍ଣ କୋଚ୍‌ ଲଗାଯାଇଛି । ଆପଣ ଟ୍ରେନରେ ବସିଲେ ମଧ୍ୟ ବସରେ ବସି ଯାତ୍ରା କରିବା ଭଳି ଅନୁଭୂତି ପାଇବେ। ଟ୍ରେନରେ ବସ୍‌ ଭଳି ସିଟ୍‌ ଖଞ୍ଜା ଯାଇଛି । ୩ଘଣ୍ଟାରେ ମଧ୍ୟରେ ଏହି ଟ୍ରେନ ସମସ୍ତ ସ୍ଥାନକୁ ଯାତ୍ରା କରିବ । ଏଥିସହ ଯାତ୍ରା ସମୟରେ ୩ଟି ସ୍ଥାନରେ ରହିବ । ଆଉ ଆପଣ ୨୫ ମିନିଟ୍‌ ମଧ୍ୟରେ ବୁଲିବାକୁ ସମୟ ଦିଆଯିବ।

Related Posts

About The Author

Add Comment