ଟ୍ରାକ୍ଟର ସୋରୁମ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ୧୮ ଦିନ ପରେ ଆସିନି ବ୍ୟବଛେଦ ରିପୋର୍ଟ

Spread the love

ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଚଳିତ ମାସ ୭ ତାରିଖରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରାରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଏକ ଟ୍ରାକ୍ଟର ସୋରୁ ଗୋଦାମଘରୁ ମିଳିବା ଘଟଣାକୁ ଇତି ମଧ୍ୟରେ ୧୮ଦିନ ବିତି ଯାଇଛି । ମାତ୍ର ଏଯାଏ ପୋଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶବ ବ୍ୟଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ କେତେକ ଗଣ ମାଧ୍ୟମରେ ଯେଭଳି ଏହି ଘଟଣା ବିସ୍ତୃତ ଭାବେ ପ୍ରକାଶ ନ ପାଇବ ସେଥିପାଇଁ କୁଆଡେ ଜଣେ ବିଜେପିର ଛାମୁଆ ନେତା ଦଲାଲି କରିଥିଲେ । ଏହି ନେତାଜଣକ  ପୂର୍ବରୁ ସେହି ଟ୍ରାକ୍ଟର ସୋରୁମ୍ ମାଲିକଙ୍କ ‘ନିକଟରେ କୁଆଡେ କାମ କରୁଥିଲେ ତେଣୁ ଯେପରି ଟ୍ରାକ୍ଟର  ସୋରୁମ୍ ମାଲିକ ଏହି କେସରେ ଗଣ ମାଧ୍ୟମରେ ବଦନାମ ନ ହେବେ ସେଥିପାଇଁ ପ୍ରୟାସ ଆରମ୍ଭ କରି ସଲାସୁତରା ମାଧ୍ୟମରେ ଅର୍ଥକାରବାର କରିଥିଲେ । ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବିଜେପି ନେତା ଜଣକ କିଏ ସେ ନେଇ ମଧ୍ୟ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି । ସୂଚନା ମୁତାବକ ଗତ ୭ତାରିଖରେ ଟ୍ରାକ୍ଟର ସୋରୁମ୍ ମାଲିକ ରାଧାମାଧବ ମହାକୁଡ଼ଙ୍କ ଗୋଦାମଘରୁ ମିଳିଥିବା ଯୁବତୀଙ୍କ ମୃତଦେହ ଆତ୍ମହତ୍ୟା କି ହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ପୋଲିସ ସବୁ ଦିଗରୁ ତଦନ୍ତ ଚଳାଇଥିବା ବେଳେ ଏ ଯାଏଁ ପୋଷ୍ଟମର୍ଟମ ରିପୋର୍ଟ ନ ଆସିବାରୁ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିନି । ସେପଟେ ମୃତ ମହିଳଙ୍କ ପରିବାର ପକ୍ଷରୁ ଏହି ଘଟଣାରେ କୌଣସି ଅଭିଯୋଗ ନଥିବାରୁ ପୋଲିସ ଏହି ଯ ମମଲରେ ଅଗକୁ ଆଗେଇ ପାରିନି । ତେବେ ପ୍ରକୃତରେ ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା  ? ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଟାଇନ୍ ଥାନା ଆଇଆଇସି ବିରେନ୍ଦ୍ର ସେନାପତି କହିଛନ୍ତି ଯେ,ଯଦି ତଦନ୍ତରେ ଏହି ମାମଲାରେ କାହାରି ବି ସଂପୃକ୍ତି ଥାଏ ଜେଜେ ଅପରଧୀ କୌଣସି ମତେ  ଆଦୈ ଖସି ଯାଇପାରିବ ନାହିଁ ।

     ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୋଲିସକୁ  ମୃତ ମହିଳ।ଙ୍କ ଏକ ଚ।ଳରୀ ମିଳିଛି । ସେଥିରେ  ଇଂରାଜୀ ଲିପିରେ ଓଡ଼ିଆରେ କିଛି କଥା ଲେଖା ପାଇଛି । ଯାହାକୁ ନେଇ ମହିଳାଙ୍କ ଆତ୍ମହତ୍ୟାର  କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପୋଲିସ ଏ ନେଇ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରୁଥିବା କହିଛନ୍ତି ଟଉନ ଥାନା ଅଧିକାରୀ । ଯଦି ମହିଳ ଜଣକ ଆତ୍ମହତ୍ୟା କରିଥାନ୍ତି ତେବେ କାହିଁକି କେଉଁ ପରିସ୍ଥିତିରେ ନିଜ ଜୀବନ ପ୍ରତି ବାଚସ୍କୃହ  ହୋଇ ଆତ୍ମହତ୍ୟା କଲେ ତାହା ଏବେ ପୋଲିସ କି ନା ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ । ଏହି ଆତ୍ମହତ୍ୟା ପଛରେ ନିର୍ଦ୍ଦିଷ୍ଟ କାରଣ କ’ଣ ଥାଇପାରେ । ବା ପୂର୍ବଦିନ କଣ ଘଟଣା ଘଟିଲା ଯେଉଁଥିପାଇଁ  ମହିଳାଳଣକ ବେକରେ ଫାଶିହୋଇ ମଲେ  ତାହା ମଧ୍ୟ ପୋଲିସ ପାଇଁ ଏକ ବଡ ପ୍ରଶ୍ନ । କାହାରି ବ୍ୟବହାର ବା କୌଣସି କଥାକୁ ନେଇ ମହିଳାଜଣକ ଶେଷରେ ଆତ୍ମହତ୍ୟା  କରି ନାହାନ୍ତି ତ ? ଏଣୁ ଏଥିପାଇଁ ଦାୟୀ କିଏ ? ସେନେଇ ମଧ୍ୟ ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେଠାରେ ବହୁତ ଝିଅ ଯିବାଆସିବା ଥିଲା । ତେଣୁ ଟ୍ରାକ୍ଟର ସୋରୁମ୍ ରାଧାନାଥ ମହାକୁଡ଼ କିପରି ଓ କାହିଁକି ତାଙ୍କର ଗୋଦାମ ଘର ଭାବେ ବ୍ୟବହୃତ ହେଉଥିବା ଭଡ଼ାରେ ଦେଇଥିଲେ । ପୁଣି ମହିଳା ଜଣଙ୍କ କେଉଁ ପରିସ୍ଥିତିରେ କି ପ୍ରକାର ବୁଝାମଣା ଯୋଗୁଁ ତାଙ୍କର ରୋଷେଇ କରୁଥିଲେ ? ପୁଣି କାହିଁକି ବିଜେପି ନେତାଙ୍କ ଦ୍ବାରା କେତେକ ଗଣମାଧ୍ୟମକୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ନକରି ଏକ ଅପମୃତ୍ୟୁ ମାମଲା ଆଧାରରେ ଖବର କରିବାକୁ ଅର୍ଥ ଦିଆ ଯାଇଥିଲା ? ଥାନା କୋର୍ଟ କଚେରୀ ଚକର ଯୋଗୁଁ ସ୍ଥାନୀୟ ଲୋକେ ପୋଲିସ ଆଗରେ। କେହି ବୟାନ ଦେବାକୁ ନାରାଜ ଥିବା ବେଳେ ସେହି ଘରକୁ ପୂର୍ବରୁ ମଧ୍ୟ ଅନେକ ଝିଅ ଆସୁଥିଲେ ବୋଲି ଚର୍ଚ୍ଚା ହେଉଛି ।

Related Posts

About The Author

Add Comment