ଟ୍ରାକ୍ଟର ସହ ଚାଳକ ଜଳିଗଲା: ବି.ବ୍ରହ୍ମପୁର

Spread the love

ବୁଗୁଡା: ୧୯/୧୨/୨୦୨୦ (ସନ୍ଧାନ ନିଉଜ): ବୁଗୁଡା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ ଟ୍ରାକ୍ଟର ଦ୍ୱାରା ଧାନ ଫସଲ ଅମଳ ହେଉଥିବା ବେଳେ ବିଦ୍ୟୁତ୍ ତାର ଛିଡି ଟ୍ରାକ୍ଟର ଉପରେ ପଡିବା ଦ୍ୱାରା ଗାଡି ସହ ଚାଳକ ଜଳି ଯାଇଥିବା ବେଳେ ଚାଳକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ଏଥି ସହ ଅମଳ ହେଉଥିବା ଧାନ ସହ ଧାନଗଦା ପାଉଁଶ ହୋଇଯାଇଛି । ବ.ବ୍ରହ୍ମପୁର ଗ୍ରାମରେ ଜଣେ ଚାଷୀଙ୍କ ଧାନ ଅମଳ ପାଇଁ ଦଦରାଖୋଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଆଣିଥିଲେ । ଟ୍ରାକ୍ଟର ଦ୍ୱାରା ଧାନ ଅମଳ ହେଉଥିବା ବେଳେ ହଠାତ୍ ବିଦ୍ୟୁତ ତାର ଛିଡି ଯାଇ ଟ୍ରାକ୍ଟର ଓ ଚାଳକଙ୍କ ଉପରେ ପଡିବା ଦ୍ୱାରା ଗାଡି ସହ ଚାଳକ ଜଳି ଯାଇଥିଲେ । ଟ୍ରାକ୍ଟର ନଂ.ଓଡି ୩୨ ଏଫ୍ ୬୬୩୮ ଏବଂ ଟ୍ରାକ୍ଟର ଚାଳକ ମନୋଜ କୁମାର ପ୍ରଧାନ (୩୦) ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତୁଲାସୀପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ବିଦ୍ୟୁତ ତାର ପଡି ମନୋଜ ଜଳି ଯାଉଥିବା ବେଳେ ବ.ବ୍ରହ୍ମପୁର ଗ୍ରାମର ଲୋକମାନେ ଶୁଖିଲା ବାଉଁଶ ଦ୍ୱାରା ବିଦ୍ୟୁତ ତାର ବାହାର କରି ମନୋଜକୁ ଉଦ୍ଧାର କରିଥିଲେ । ଦମକଳ ବାହିନୀର କର୍ମଚାରୀବୃନ୍ଦ ଗୋଟିଏ ଗାଡିରେ ପୋଡିଯାଇଥିବା ଚାଳକ ମନୋଜ ପ୍ରଧାନଙ୍କୁ ବୁଗୁଡା ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ବିଦ୍ୟୁତ ତାର ଛିଡି ଟ୍ରାକ୍ଟର ପୋଡିବା ସହ ଧାନଗଦା ପୋଡିଯାଉଥିବା ବେଳେ ଆଉ ଦୁଇଟି ଗାଡିର ଦମକଳ ବାହିନୀ କର୍ମଚାରୀ ନିଆଁକୁ ଆୟତ କରିଥିଲେ ।

Related Posts

About The Author

Add Comment