୧୮/୨, ଗଡମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ପୁରୁଣା ବଉଳମାଳ ଗ୍ରାମ ରାସ୍ତାରେ ଲୁନା ସହିତ ଟ୍ରାକ୍ଟର ଧକା ଫଳରେ ଜଣକର ଜୀବନ ଯାଇଛି । ମୃତକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ସୁଳିଆ ଗ୍ରାମର ଭିକାରୀ ଖୁଣ୍ଟିଆଙ୍କ ପୁଅ ବାବାଜୀ ଖୁଣ୍ଟିଆ(୬୦) । ସବୁଦିନ ପରି ବାବାଜୀ ଚାଉଳ ବ୍ୟବସାୟ ନିମନ୍ତେ ନଇଏପଟକୁ ଆସନ୍ତି । ଆଜି ଚାଉଳ ବ୍ୟବସାୟ ସାରି ଘରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ମୁହାଁମୁହିଁ ଧକା ଦେଇଥିଲା । ଘଟଣା ସ୍ଥଳରେ ଉପସ୍ଥି ଲୋକମାନଙ୍କ ସାହାର୍ଯ୍ୟରେ ପ୍ରଥମେ ୧୦୮ ଦ୍ୱାରା ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣା କରିଥିଲେ । ଜେନାପୁର ଥାନା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚô ଶବ ଜବତ କରି ବ୍ୟବସେôଦ ନିମନ୍ତେ ପଠାଇଥିଲେ । ଦୁର୍ଘଟଣା ଗ୍ରସ୍ଥ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।
ଟ୍ରାକ୍ଟର ସହିତ ଲୁନାର ମୁହାଁମୁହିଁ ଧକା ଜଣେ ମୃତ
|
February 18, 2020 |
