ସୁନ୍ଦରଗଡ଼ ତା:୦୪-୦୪-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଆଜି ତଲସରା ଥାନା ଅନ୍ତର୍ଗତ ଟିକିଲିପଡ଼ା (କlଦୋ ପାନୀ )ଗ୍ରାମ ର ଜଣେ ଜଣେ ଟ୍ରାକ୍ଟର ଡ୍ରାଇଭର ହଲ କରି ଫେରୁଥିବା ସମୟ ରେ ସକୁଶ ପାନୀ ଗ୍ରାମ ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିବା ଯୋଗୁଁ ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ଟିକିଲିପଡ଼ା (କାଦୋପାନୀ )ଗ୍ରାମ ର ଦିଲ୍ଲୀପ ଟୋପ୍ନ (୨୬) ନାମକ ଜଣେ ଟ୍ରାକ୍ଟର ପ ଏକ ନୁଆଁ ମହେନ୍ଦ୍ର ଟ୍ରାକ୍ଟର ରେ ହଲ କରି ଫେରୁଥିବା ସମୟ ରେ ସକୁଶ ପାନୀ ଗ୍ରାମ ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଯିବା ଯୋଗୁଁ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଚକ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ମହିଳା କୁ ହାଲୁକା ଆଘାତ ଯୋଗୁଁ ମହିଳା ଜଣକ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣା ପଡିଛି l ଖବର ପାଇ ତଲସରା ଥାନା ଅଧିକାରୀ ଉକ୍ତ ସ୍ଥାନ କୁ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନା କୁ ପଠାଇଥିବା ସୂଚନା ମିଳିଛି l ମିଳିଥିବା ଖବର ଅନୁସାରେ ଟ୍ରାକ୍ଟର ଡ୍ରାଇଭର ର କୌଣସି ଲାଇସେନ୍ସ କାଗଜ ପତ୍ର ନ ଥିବା ଜଣା ପଡିଛି l ରାସ୍ତା ରେ ଟ୍ରାକ୍ଟର କୁ ନ ଚଳାଇ ରାସ୍ତା ସାଇଟ ରେ ଚଳାଇ ଆଣୁଥିବା ସମୟ ରେ ଚାଲି ଚାଲି ଯାଉଥିବା ମହିଳା ଉପରେ ଗାଡି ଚଢି ଯାଇଥିବା ବେଳେ ଅଳ୍ପକେ ବଞ୍ଚିଲେ ମହିଳା ଜଣକ l ପରେ ବିଦ୍ୟୁତ ଖୁଣ୍ଟ କୁ ମାରିଥିଲା ଟ୍ରାକ୍ଟର ଟି ଓ ସେତେବେଳେ ହିଁ ଓଲଟି ପଡିଥିଲା ଟ୍ରାକ୍ଟର ଟି l
ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟାଇଲା, ଚାଳକ ମୃତ ଓ ଜଣେ ଗୁରୁତର
|
April 4, 2026 |



