ଟ୍ରାକ୍ଟର ତଳେ ଚାପି ହୋଇ ଚାଳକର ମୃତ୍ୟୁ

Spread the love

ଧର୍ମଶାଳା ୩ ।୪(ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ଛକ ନିକଟରେ ଏକ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସୁଚନା ମୁତାବକ ଆଜି ସକାଳ ୯ଟାରୁ ୧୦ ଟା ମଧ୍ୟରେ ଡଙ୍କାରୀ ବେଆଇନ କଳାପଥର ଖାଦାନରୁ କଳାପଥର ବୋଝେଇ କରି ଶ୍ରୀନାଥ ମିଶ୍ର କ୍ରସରକୁ ଯାଉଥିବା ଏକ ଟ୍ରାକ୍ଟର ପୋଲିସକୁ ଦେଖି ତରବରିଆ ଭାବେ କ୍ରସର ପରିଷର ଭିତରକୁ ନେଇଯାଉଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇବାରୁ ଚାଳକ ଗାଡି ଛାଡି ପଳାଇବାକୁ ଉଦ୍ୟମ କରି ଡେଇଁ ପଡିଥିଲା । ଫଳରେ ଚଳନ୍ତା ଟ୍ରାକ୍ଟର ଚଢିଯାବାରୁ ଘଟଣାସ୍ଥଳରେ ସ୍ଥାନୀୟ ଡଙ୍କାରି ଗ୍ରାମର ଚାଳକ ସଂଜୟ ଦାସ(୨୪)ଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୋଲିସ ଜବତ କରିବ ସହ କେଶ ନଂ ୭୦/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଥିବା ଚଢେଇଧରା ଫାଣ୍ଡି ଅଧିକାରୀ ସୁଧିର କୁମାର ରାଉତରାୟ ସୁଚନା ଦେଇଛନ୍ତି ।

Report Prasanta Samal

Related Posts

About The Author

Add Comment