ଟ୍ରାକ୍ଟରରୁ ଖସିପଡ଼ି ଶ୍ରମିକ ମୃତ

Spread the love

ଉଦଳା, ୧୨.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଆଜି ଉଦଳା ଥାନା ଅନ୍ତର୍ଗତ ଚୋରା ମୋରମ୍ ଖଣିରୁ ମୋରମ୍ ନେଇ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆଠପଡ଼ା ରାସ୍ତାରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଥିବା ଖାଲରେ ଟ୍ରାକ୍ଟରର ଚକ ପଶିଯାଇଥିଲା । ଫଳରେ ଧକ୍କା ଖାଇ ଟ୍ରାକ୍ଟରରେ ବସିଥିବା ଶ୍ରମିକ ବୃନ୍ଦାଗଡ଼ି ଅଞ୍ଚଳର ସଂଜୟ ନାୟକ ତଳେ ପଡ଼ିଯାଇଥିଲେ । ଏତିକିବେଳେ ଟ୍ରାକ୍ଟରର ଚକ ତାଙ୍କ ମୁଣ୍ଡ ଉପରେ ମାଡ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ଉଦଳା ପୁଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଥାନାରେ ୫୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଟ୍ରାକ୍ଟରର ପତ୍ତା ମିଳିନି।

Related Posts

About The Author

Add Comment