ସବଡେଗା ୫/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକର ସଦର ଥାନା ଅନ୍ତର୍ଗତ କୋଟିଙ୍ଗୀଡ଼ିହି ମୁଖ୍ୟ ରାସ୍ତାର ୩୧ନମ୍ବର ରାଜପଥରେ ଗତକାଲି ସନ୍ଧ୍ୟାରେ ଏକ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଗୁରୁତର ବ୍ୟକ୍ତିଙ୍କୁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତା ସହିତ ଦୁର୍ଘଟଣା ହୋଇଥିବା ଗାଡିକୁ ଜବତ କରାଯାଇଛି । ମୃତକ ଜଣକ ସଚିନ ବେଗ ଓ ଅନ୍ୟଜଣେ ତାଙ୍କ ସମ୍ପର୍କୀୟ କିଞ୍ଜିରକେଲା ଗ୍ରାମର ପିଙ୍କି ଖାଲଖୋ ବୋଲି ସୂତ୍ରରୁ ଜଣାପଡିଛି । ମୃତକ ବ୍ୟକ୍ତି ଏମ.ସି.ଏଲ ରେ ମେକାନିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।
ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା; ଜଣେ ବାଇକ ଚାଳକଙ୍କ ମୃତ୍ୟୁ
|
April 5, 2021 |


