ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ; ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ

Spread the love
ଯାଜପୁର,୦୫/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଜଣେ ମହିଳା ମୃତ। ଚାଳକ ସହ ୮ ମାସର ଶିଶୁ ଓ ଅନ୍ୟ ୨ ଗୁରୁତର ଆହତ ହୋଇ ଯାଜପୁର ରୋଡ଼ ମେଡିକାଲ ରେ ଭର୍ତ୍ତି ।
ବରୀ ଅଞ୍ଚଳର ଅମୂଲ୍ୟ ମଲିକ ୧୦୮ ଆମ୍ବୁଲାନ୍ସ ଯୋଗେ ପାଣିକୋଇଲି ରୁ ଯାଜପୁର ରୋଡ ଅଭିମୁଖେ ଆସୁଥିବା ବେଳେ ଦଳା ସ୍କୁଲ ନିକଟରେ ପୂର୍ବରୁ ଠିଆ ହୋଇ ଥିବା ଏକ ଟ୍ରକ କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ଅମୂଲ୍ୟ ଗୁରୁତର ଭାବେ ଆହତ ହୋଇଥିଲେ.. ୨ ବର୍ଷ ର ଶିଶୁ ଟି ଛିଟକି ହୋଇ ପଡିଥିବା ବେଳେ ସେ ମଧ୍ଯ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Related Posts

About The Author

Add Comment