ଧର୍ମଶାଳା, ୦୮/୧୧/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳ ୮ ସମୟ ହେବ ପୂର୍ବରୁ ସେଠାରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ଶକ୍ତ ଧକ୍କା ଦେଇଥିଲା ଏକ ସ୍କୁଟି ଫଳରେ ଘଟଣା ସ୍ଥଳରେ ଦଶମ ଶ୍ରେଣୀର ଛାତ୍ରୀ ଙ୍କର ମୃତ୍ୟୁ ହୋଇଥିଲା ମୃତ ବଡ ଭଉଣୀ ଗୁରୁତର । ମୃତା ଛାତ୍ରୀ ହେଉଛି ନେଉଳପୁର ଗ୍ରାମର ସନ୍ତୋଷ କୁମାର ବେହେରାଙ୍କ ମଝିଆ ଝିଅ ଶ୍ୱେତା ବେହେରା (୧୫) ଏବଂ ଆହତ ବଡ ଝିଅ ସଂଗୀତା ବେହେରା (୧୮) ବୋଲି ଜଣାପଡିଛି । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୃଟିରେ ଜାରକା କୁ ଟିୟୁସନ ହେବା ପାଇଁ ଆସୁଥିଲେ । ଘଟଣା ସ୍ଥଳରେ ପୋଲିସି ପହଂଚି ଶବ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।
ଟ୍ରକ ପଛକୁ ଧକ୍କାଦେଲା ଆକ୍ଟିଭା ସ୍କୁଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଆହତ
|
November 8, 2020 |


