ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

Spread the love

ମନମୁଣ୍ଡା/ବିଲାସପୁର, ୧ ୮/୪ (ସନ୍ଧାନ ନିୟୁଜ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଏନଏଚ ୫୭ର ଦାହ୍ୟା ଠାରେ ଟ୍ରକ ସହ ଧକ୍କା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗୁଡ଼ଭେଳିପଦର ନିକଟ ସିଲେଟପଡା ଗାଁର ବଳରାମ ଭୋଇ (୩୨) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବଳରାମ ତାଙ୍କ ବାଇକ (ଓଆର ୦୩ଦି ୪୫୦୬)ରେ ଦହ୍ୟା ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ବାଉଁଶୁଣୀ ଦମକଳ କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୋନପୁର ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment