ବେତନଟୀ, 02.02.2021 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):– ଭାରସାମ୍ୟ ହରାଇ ପୋଲିସକୁ ଧକ୍କା ଦେଲା ଟ୍ରଲର । ଟ୍ରକ ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଗାଡିର ହେଲପର ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନହଣ୍ତାଶୋଳ ନିକଟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା ଟ୍ରଲର । ଯାହାଫଳରେ ଟ୍ରକ ତଳେ ଚାପିହୋଇଥିଲେ ହେଲପର । ତେବେ ପୋଲିସ ହେଲପରଙ୍କୁ ବହୁ କଷ୍ଟରେ ବେତନଟୀ ପୋଲିସ ଗାଡି ତଳୁ ଉଦ୍ଧାର କରିଥିଲା । ହେଲେ ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ସାରିଥିଲା । ସେହିପରେ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଟ୍ରଲରଟି ବିଶାଖାପାଟନମ ଅଭିମୁଖେ ଯାଉଥିବା ସମୟରେ ନହଣ୍ତାଶୋଳ ନିକଟରେ ଦୁର୍ଘଟଣା ଘଟିଛି।
ଟ୍ରକ ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ
|
February 2, 2021 |
![](https://sandhannews.com/wp-content/uploads/2021/02/kk-43.jpg)