ଟ୍ରକ-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା, ଅନ୍ୟ ଦୁଇ ଗୁରୁତର
ଟ୍ରକ-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା, ଅନ୍ୟ ଦୁଇ ଗୁରୁତର
Manas Kumar Rout |
July 10, 2018 |
ଧର୍ମଶାଳା, ୧୦/୭(ସନ୍ଧାନ ନିୟୂଜ/ଅନୀତା ବେହେରା) ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ଚଢେଇଧରା ତଳଛକ ନିକଟରେ ଆଜି ଦିନ ୧୨ଟା ସମୟରେ ଟ୍ରକ୍ ଏବଂ ଡମ୍ପର ଚାପରେ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତୁ୍ୟ ଘଟିଥିବା ଜଣାଯାଇଛି । ସୂଚନା ମୁତାବକ ଜେନାପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ତପନ ବାରିକ(୨୮) ନିଜ କାର୍ଯ୍ୟରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇଟି ଗାଡି ମଧ୍ୟରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ଟକ୍ର ପରସ୍ପରକୁ ଧକ୍କା ଦେଇଥିଲେ । ଫଲରେ ଦୁଇଟି ଟ୍ରକ ମଝିରେ ତପନ ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିବା ବେଳେ ଟ୍ରକ୍ ଏବଂ ଡମ୍ପରର ଚାଳକ ଦ୍ୱୟ ଗୁରୂତର ଭାବେ ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି । ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
About The Author