ଟ୍ରକକୁ ଓଭରଟେକ ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ

Spread the love

ଜଳେଶ୍ଵର, ୧୦/୧୧ (ସନ୍ଧାନ ନିଉଜ) : ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ସନ୍ନିକଟ ସେନାପତି ସାହି ପୋଲ ନିକଟରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ନୋରାନୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସର ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତର ମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସକାଳ ୮ଟା ୨୦ ମିନିଟ ସମୟରେ ଚନ୍ଦନେଶ୍ବରରୁ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ଵର ଅଭିମୁଖେ ନୋରାନୀ ନାମକ ଓଆର୦୧ଏଚ-୫୭୮୬ ନମ୍ବର ଏହି ବସଟି ଯାତ୍ରା ଆରମ୍ଭ କରିଥିଲା। ତାଳବଣିଆ ଛକ ନିକଟରେ ଜଳେଶ୍ଵର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବା ସମୟରେ ବସଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା।

ବସ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜୟତୁଲ ବିବି,କେଦାର ରଞ୍ଜନ ବାରିକ,ହେମନ୍ତ ସେଠୀ,ଶ୍ରୀକାନ୍ତ ଦାସ, ଅକ୍ଷୟ ଦାସ, ରବିନ୍ଦ୍ର ନାୟକ,ଦୁର୍ଗାଶଙ୍କର କର,ସସ୍ମିତା ପ୍ରଧାନ,ରାଜେଶ୍ବର ଦାସ,ମନି ଦାସ,ଶରତ ନାୟକ,ସନ୍ଧ୍ୟା ରାଣୀ ଜେନା,ପ୍ରଦୀପ ଜେନା, ନରୋତ୍ତମ ବାରିକ,ଉର୍ମିଳା ନାୟକ,ପ୍ରବୋଧ ଜେନା ପ୍ରମୁଖ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଓ ନାମ୍ପୋ ଫାଣ୍ଡି ପୁଲିସ ଉଦ୍ଧାର କାର୍ଯ୍ୟ କରିଥିଲେ।ଏଯାବତ୍ ଟ୍ରକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Related Posts

About The Author

Add Comment