ଟୋକିଓ ଅଲିମ୍ପିକ୍ସ: ପିଭି ସିନ୍ଧୁ ତାଙ୍କ ଓପନିଂ ମ୍ୟାଚ୍ ଜିତିଲେ

Spread the love

ନୂଆଦିଲ୍ଲୀ, ୨୬/୦୭/୨୦୨୧ (ସନ୍ଧାନ ନିଉଜ) : ଶଟଲର ପି.ଭି ସିନ୍ଧୁ ରବିବାର ଦିନ ଟୋକିଓ ଅଲିମ୍ପିକ୍ସରେ ଓପନିଂ ମ୍ୟାଚ୍‌ ଜିତିଛନ୍ତି। ସେ ମୁସାସିନୋ ଫରେଷ୍ଟ ପ୍ଲାଜା କୋର୍ଟ ୨ ରେ ଓପନିଂ ଗ୍ରୁପ୍ ଜେ ମ୍ୟାଚ୍ ଜିତିଛନ୍ତି। ଗ୍ରୁପ୍ ଜେ ମ୍ୟାଚ୍ ରେ ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋଭାଙ୍କୁ ୨୧-୭, ୨୧-୧୦ ରେ ପରାସ୍ତ କରିଛନ୍ତି। ପୂରା ମ୍ୟାଚ୍ ମାତ୍ର ୨୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ୨୬ ବର୍ଷୀୟା ସିଦ୍ଧୁ ପ୍ରଥମ ଗେମ୍ ତାଙ୍କ ପକ୍ଷକୁ ଆଣିଥିଲେ ଏବଂ ସେ ପ୍ରତିପକ୍ଷକୁ ନିଶ୍ୱାସ ନେବାକୁ ସୁଯୋଗ ଦେଇନଥିଲେ। ସିନ୍ଧୁ ପ୍ରଥମ ମ୍ୟାଚ୍‌କୁ ଡୋମିନେଟ କରି ରଖିଥିଲେ ଏବଂ ପୋଲିକରପୋଭା ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇନଥିଲେ ଏବଂ ଫଳସ୍ୱରୂପ ଭାରତୀୟ ସଟଲର ସିଧା ଖେଳରେ ମ୍ୟାଚ୍ ଜିତିଥିଲେ।

Related Posts

About The Author

Add Comment