ଟୁସୁ ଓ ମକର ପର୍ବ ପାଇଁ ଉତ୍ସାହ

Spread the love

ବାରିପଦା,୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଜାନୁଆରୀ ୧୪ ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ବିଖ୍ୟାତ। ଏହି ପର୍ବକୁ ୭ ଦିନ ବ୍ୟାପି ଆନନ୍ଦ ଉହ୍ଲାସର ସହିତ ପାଳନ କରନ୍ତି ଜିଲ୍ଲାବାସୀ। ଧାନ ଅମଳ ପରେ ପରେ ଏହି ପର୍ବ ପଡୁଥିବାରୁ କୃଷିକର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ବିବେଚନା କରାଯାଏ। ବିଶେଷ କରି ସଂକ୍ରାନ୍ତିଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସମସ୍ତ ଜଞ୍ଜାଳକୁ ଭୁଲି ଘରକୁ ଫେରନ୍ତି‌ ଓ ପର୍ବ ପାଳନ୍ତି। ଗାଁଠାରୁ ନେଇ ସହର ସବୁଠି ଥାଏ ପାର୍ବଣ ମାହୋଲ। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା, କୁକୁଡ଼ା ଲଢ଼େଇ ଆଦି ଆୟୋଜିତ ହୁଏ। କୁଡ଼ୁମୀ ସମ୍ପ୍ରଦାୟର ଲୋକେ ମକରକୁ ସତ୍ୟ, ଧର୍ମ ଓ ଆତ୍ମ ବିସର୍ଜନର ଦିବସ ବୋଲି ବିଚାର କରି ଟୁସୁ ପର୍ବ ପାଳନ କରନ୍ତି। କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି। ସଂକ୍ରାନ୍ତି ପୂର୍ବ ରାତିରେ ବ୍ରତଧାରୀ କନ୍ୟାମାନେ ମକର ଚାଉଳ ତଥା ପିଠାପଣା ସମର୍ପ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ସାରା ରାତି ଅନିଦ୍ରା ରହି ପାରମ୍ପରିକ ଗୀତ ଓ ନୃତ୍ୟରେ ନିଜକୁ ହଜାଇ ଦେଇଥାନ୍ତି। ସଂକ୍ରାନ୍ତି ଦିନ ସମ୍ପୂର୍ଣ୍ଣ ଉପବାସ ପୂର୍ବକ ପ୍ରତିମାକୁ ନିକଟସ୍ଥ ନଦୀ ପୁଷ୍କରଣୀରେ ବିସର୍ଜନ କରାଇଥାନ୍ତି। ଶେଷ ଦିବସ ପିଠାପଣା, ମାଂସ-ମୁଢ଼ି, ଭୋଜି ଭାତର ଆସର ଜମୋ ଏଥର ବି ମକର ଓ ଟୁସୁ ପୂଜା ପାଇଁ ଲୋକଙ୍କ ମଧ୍ୟରେ ରହିଛି ଅପୂର୍ବ । ଉତ୍ସାହ। କରୋନା କଟକଣା ସତ୍ତ୍ୱେ ଆଜିଠାରୁ ହାଟ ବଜାରରେ ଲାଗିଲାଣି ଭିଡ଼। ମକର ପାଇଁ ଆରମ୍ଭ ହେଲାଣି କିଣାକିଣି। ଟୁସୁ ମୂର୍ତ୍ତି କିଣିବାକୁ ବି ବଢ଼ିଲାଣି ଭିଡ଼ ।

Related Posts

About The Author

Add Comment