ଟୁଇଟର ଆକାଉଣ୍ଟରେ ନିଜ ନାମ ବଦଳାଇଲେ ପ୍ରଧାନମନ୍ତ୍ରୀ , ରଖିଲେ ‘ଚୌକିଦାର ନରେନ୍ଦ୍ର ମୋଦି’

Spread the love

ନୂଆଦିଲ୍ଲୀ, ୧୭/୩ (ସନ୍ଧାନ ନିୟୁଜ) : ଲୋକସଭା ନିର୍ବାଚନକୁ -୨୦୧୯କୁ ନେଇ ମାର୍ଚ୍ଚ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ସମୟରେ ବିରୋଧୀ ଦଳ ‘ଚୌକିଦାର’ ଶବ୍ଦର ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିବାରେ ଲାଗିଛନ୍ତି। ଏହି କ୍ରମରେ ପିଏମ୍‌ ନିଜର ନାମରେ ଏହି ଶବ୍ଦକୁ ଯୋଡ଼ି ବିରୋଧୀଙ୍କୁ ଜବାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ନିଜ ନାମ ବଦଳାଇ ଦେଇଛନ୍ତି। ପ୍ରଥମେ ଟୁଇଟର ଆକାଉଣ୍ଟ@narendramodi ଲେଖାଥିଲା। ଏବେ ଏଥିରେ ଚୌକିଦାର ଯୋଡ଼ି ଦିଆଯାଇଛି। ଅର୍ଥାତ୍‌ ଏହା ‘ଚୌକିଦାର ନରେନ୍ଦ୍ର ମୋଦି’ ହୋଇଯାଇଛି।

ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନାମ ବଦଳାଇ ଟୁଇଟରରେ ଚୌକିଦାର ଅମିତ ଶାହ ଲେଖିଛନ୍ତି । ଏହାପରେ ବିଜେପିର ଅନ୍ୟ ନେତୃମଣ୍ଡଳୀ ମଧ୍ୟ ଏହାକୁ ଅନୁକରଣ କରିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ଜେପି ନଡ୍ଡା, ମନ୍ତ୍ରୀ ପିୟୁଷ ଗୋୟଲ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂହ ପ୍ରମୁଖ ଏହାକୁ ଅନୁକରଣ କରି ନିଜ ଟ୍ଵିଟରର ନାମ ବଦଳାଇ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି ।

 

Related Posts

About The Author

Add Comment