ଯାଜପୁର, ୨୦/୫/୨୦୨୧ (ସନ୍ଧାନ ନିଉଜ) : ସରକାରଙ୍କ ନିଦେ୍ର୍ଦଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତ୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି । ଯାଜପୁର ସହର ସ୍ଥିତ ଉକôଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯାଇଚ୍ଥି । ଜିଲ୍ଳ୍ାର ବଡଚଣା ବ୍ଳ୍କ ସମିଆ ପଞ୍ଚାୟତର ବୁଢାକେନ୍ଦୁଆ ଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ନେସନ, ଶାସନ ପୁରୁଷୋତ୍ତମପୁର ଠାରେ ଥିବା ଆମ ଘର, ଯାଜପୁର ରୋଡର ନୂଆ ଗାଁ ଠାରେ ଥିବା ଅନ୍ନପୂର୍ଣ୍ଣା ଶିଶୁ ଗୃହ ଓ ବିଂଝାରପୁର ବ୍ଳକର ଅଳକୁଣ୍ଡ ଠାରେ ଥିବା ବଳଦେବ ଜୀଉ ସେବାଶ୍ରମ ଗୁଡିକର କର୍ମକର୍ତ୍ତା ମାନଙ୍କୁ ଟୀକାକରଣ ଏବଂ ଅନ୍ତେବାସୀଙ୍କ ସହ କୋଭିଡ ଟେଷ୍ଟ କରିବା ପାଇଁ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତା ସିଂହ ରାଠୋର ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଚ୍ଥନ୍ତି । ଯାଜପୁର ସହର ସ୍ଥିତ ଉକôଳ ବାଳାଶ୍ରମ ଓ ଚାଇଲଡ୍ ଲାଇନର କର୍ମକର୍ତ୍ତା ଯେଉଁମାନେ କି ଶିଶୁ ମାନଙ୍କ ଲାଳନ ପାଳନ ଓ ଉଦ୍ଧାର ଥଇଥାନ କାର୍ଯ୍ୟରେ ନିୟୋଜିତ ରହିଚ୍ଥନ୍ତି ସେମାନଙ୍କୁ ଟୀକାକରଣ କରାଯାଇଚ୍ଥି । ସେହିପରି ଉକôଳ ବାଳାଶ୍ରମର ୪୧ ଜଣ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କର କୋଭିଡ ଟେଷ୍ଟିଂ ମଧ୍ୟ କରାଯାଇଚ୍ଥି ବୋଲି ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ଅନ୍ୟ ଶିଶୁ ଯନôକାରୀ ଅନୁଷ୍ଠାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଉଚ୍ଥି ବୋଲି ସେ କହିଥିଲେ ।
ଟୀକାକରଣ କରାଗଲା ବାଳାଶ୍ରମ କର୍ମଚାରୀଙ୍କୁ ।
|
May 20, 2021 |