ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Spread the love
ଯୋଡ଼ା,  ୨୩/୨/୨୬ (ସନ୍ଧାନ ନ୍ୟୁଜ)  ଗତ ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ସଂସ୍କରଣ ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ୫ ଦିନିଆ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବଡବିଲ ଆଖ ପାଖ ଅଞ୍ଚଳର ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ବଡବିଲ ପୋଲିସ ଟିମ୍ ଓ ରୁଙ୍ଗଟା ଏକାଦଶ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଏହି ଦୁଇ ଶକ୍ତିଶାଳୀ ଦଳ ମୁହାଁମୁହିଁ ହୋଇଥିଲେ | ବଡବିଲ ପୋଲିସ ଟିମ୍ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ ୯୨ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ରଖିପାରିଥିଲେ ।ଏହି ଲକ୍ଷ୍ୟକୁ ରୁଙ୍ଗଟା ଏକାଦଶ ପିଛା କରି ନିର୍ଦ୍ଧାରିତ ୧୦ ଓଭରରେ ୮୨ ରନ କରି ପରାଜୟ ହୋଇଥିଲେ। ବଡବିଲ ପୋଲିସ ଟିମ ଓ ରୁଙ୍ଗଟା ଏକାଦଶ ଟିମ ଦ୍ୱୟ ଲିଗ ମ୍ୟାଚ୍ ପର୍ଯ୍ୟାୟରୁ ହିଁ ନିଜର ଉତ୍ତମ ତାଳମେଳ,ସୁଦୃଢ ରଣ କୌଶଳ ଏବଂ ଉତ୍କୃଷ୍ଠ ଖେଳର ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ଜିଣି ପାରିଥିଲେ | ବଡବିଲ ପୋଲିସ ଟିମ୍ ୧୦ ରନ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ବଡବିଲ ପୋଲିସ ଦଳର ଅଧିନାୟକ ପ୍ରଶାନ୍ତ ସାମଲ ନିଜର ବ୍ୟକ୍ତିଗତ ୭ ରନ ସହିତ ୨ଟି ୱିକେଟ୍ ହାସଲ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚରେ ପୁରସ୍କୃତ ହୋଇଥିଲେ | ତେବେ ନିଜ ଚମତ୍କାର ବ୍ୟାଟିଂ ଏବଂ ବୋଲିଂ ବଳରେ ରୁଙ୍ଗଟା ଏକାଦଶର ସତ୍ୟବାନ ଆପଟ୍ଟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫୭ ରନ୍ ସହିତ ୫ ୱିକେଟ୍ ସଂଗ୍ରହ କରି ସର୍ବଶ୍ରେଷ୍ଠ ଖେଳାଳୀର ଟାଇଟେଲ୍ ହାସଲ କରିଥିଲେ | ସେହିଭଳି ବଡବିଲ ପୋଲିସ ଟିମର ରାଜନ୍ ଟୁର୍ଣ୍ଣାମେଣ୍ଟର ବେଷ୍ଟ୍-ବ୍ୟାଟରଏବଂ ପ୍ରଶାନ୍ତ ସାମଲ ବେଷ୍ଟ୍-ବୋଲରର ଟାଇଟେଲ୍ ଜିତିଥିଲେ | ରାଜନ୍ ପୁରା ଟୁର୍ଣ୍ଣାମେଣ୍ଟରେ ୧୨୦ ରନ୍ ସ୍କୋର୍ କରିଥିବା ବେଳେ,ପ୍ରଶାନ୍ତ ସାମଲ ସମୁଦାୟ ୪ଟି ଇନିଂସରେ ୮ ଟି ୱିକେଟ୍ ହାସଲ କରିଥିଲେ | ଏଥିସହିତ ରୁଙ୍ଗଟା ଏକାଦଶ ନିଜର ଉକୃଷ୍ଠ ପ୍ରଦର୍ଶନ ସହ ନିଜର ଟିମ୍ ର ସର୍ବୋତ୍ତମ ଅନୁଶାସନ ଟିମ୍ ଭାବରେ ପୁରସ୍କୃତ ହୋଇଥିଲା । ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ନିଗମ ସାମାଜିକ ଦାୟିତ୍ୱ(ସଏଆର) ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆସିଥିବା ଦଳ ଏବଂ ଖେଳାଳୀ ମାନଙ୍କ ପ୍ରଦର୍ଶନ ଏବଂ ଉତ୍ସାହ ଚର୍ଚ୍ଚାର ବିଷୟ ଥିଲା | ଏହି ଟିମ ମାନେ ପ୍ରତିଦ୍ୱନ୍ଦୀ ଟିମ ମାନଙ୍କୁ ପ୍ରତି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ | ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ଓ ରନର୍ସ ଅପ ଟିମକୁ ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ ସହ ଟ୍ରଫି ପ୍ରଦାନ କରାଯାଇଥିଲା | ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତିନିଧି ଗଣେଶ୍ୱର ମହାନ୍ତ, ସିଏମ ପ୍ରତିନିଧି ରାଜୁ ମହାନ୍ତ,ପୌରସଭ୍ୟା ବବିରାଣୀ ମହାନ୍ତ, ସମାଜସେବୀ ଲକ୍ଷ୍ମଣ ମହାନ୍ତ, ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ,ବଡ଼ବିଲ ଆଇଆଇସି ଅଶୋକ ନାୟକ,ଯୋଡ଼ା ଆଇଆଇସି ପ୍ରଶାନ୍ତ ସାମଲ, ସିଜିଏମ ବିଶ୍ଵରଞ୍ଜନ ପାଢ଼ୀ,ସିଜିଏମ୍, ମାନବ ସମ୍ବଳ ଆନନ୍ଦ ଚରଣ ସାହୁ,ପ୍ଲାଣ୍ଟ ମୁଖ୍ୟ ସୁରେଶ ମହାପାତ୍ର,କାରଖାନା ପରିଚାଳକ ଭି.ଏନ.ଝା,କଲ୍ୟାଣ କମଳ ଭୂୟାଁ,କେ.ସି. ପାତ୍ରଙ୍କ ସହ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ସୁନିଲ ଗୁପ୍ତା,ପୁରେନ୍ଦ୍ର ମହାନ୍ତ,ଜେଠୁରାମ ପାତ୍ର ପରିଚାଳନା କରିଥିବା ବେଳେ ବିଘ୍ନେଶ ପରିଡ଼ା, ସୁବଳ ଜେନା ସ୍କୋର ବୋର୍ଡ କାର୍ଯ୍ୟ ତୁଲାଇଥିଲେ । ସୁରେଶ ସାଣ୍ଡିଲ, ବିନ୍ନୀ କର ଧାରା ବିବରଣୀ ପ୍ରବେଶ କରେଇଥିଲେ । କମ୍ପାନୀ ନିର୍ଦ୍ଦେଶକ ପ୍ରଣୟ କୁମାର ଦେଓ ଓ ସମାଜସେବୀ ଲକ୍ଷ୍ମଣ ମହାନ୍ତଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।

Related Posts

About The Author

Add Comment