ଭୁବନେଶ୍ୱର, ୧୨/୧/୨୦୨୦ (ସନ୍ଧାନ ନିଉଜ): ଭିନ୍ନ ମୋଡ଼ ନେଉଛି ଟିଣ୍ଡର ଆପ୍ରେ ପ୍ରେମ ମାମଲା । ଅଭିଯୋଗକାରୀ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗକାରୀଙ୍କ ସମେତ ଯୁବତୀ ଏବଂ ତାଙ୍କର ୩ଜଣ ସହଯୋଗୀଙ୍କୁ ଚନ୍ଦ୍ରଶେଖରପୁର ଗିରଫ କରି କୋର୍ଟ ଚାଲାଣ କରିଛି । ।
ବ୍ୟାଙ୍କ କର୍ମଚାରୀ ଜଣଙ୍କ ଯୁବତୀଙ୍କ ନାଁରେ ଅପହରଣ ଏବଂ ବ୍ଲାକମେଲ୍ କରିଥିବା ନେଇ ଅଭିଯୋଗ କରିବା ପରେ ଯୁବତୀ ଜଣଙ୍କ ଯୁବକଙ୍କ ନାଁରେ ଆଣିଛନ୍ତି ପାଲଟା ଅଭିଯୋଗ । ତାଙ୍କୁ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।
ଡେଟିଂ ଆପ୍ରେ ପ୍ରେମ ପରେ ଶାରୀରିକ ସମ୍ପର୍କ ଆଉ ତାପରେ ବ୍ଲାକ ମେଲିଂ ଗତ 10 ତାରିଖରେ ଅଭିଯୋଗ ଆସିଥିଲା । ଡେଟିଂ ଆପ୍ ଟିଣ୍ଡରରେ ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ପରେ ସେକ୍ସ କରିବା ପରେ ବ୍ଲାକ ମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଯୁବକ ଜଣଙ୍କ ଭୁବନେଶ୍ୱରରେ ଏକ ଘରୋଇ ବ୍ୟାଙ୍କରେ ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ । ତେବେ ଯୁବତୀଙ୍କ ପଛରେ ଅନ୍ୟ ୯ଜଣ ଯୁବକ ମାଷ୍ଟରମାଇଣ୍ଡ ଥିବା ମଧ୍ୟ ଅଭିଯୋଗ ହୋଇଥିଲା ।