ସୁନ୍ଦରଗଡ ତା:୧୯/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ରାଉରକେଲା ଏସଟିଆଇରୁ ନୂଆ ଗାଁ ବ୍ଲକକୁ ଯାଉଥିବା ସମୟରେ କନ୍ଦରକେଲା ନିକଟରେ ଗାଡ଼ିରେ ନିଆଁ ଲାଗିବାର ଜାଣିପାରିଲେ ଗାଡି ଚାଳକ । ଗାଡିର ନିଆଁ କୁ ଯଥା ସମୟରେ ଆୟତ କରିବାପାଇଁ ପ୍ରୟାସ କରିବା ସହିତ ଅଗ୍ନିସମ ବିଭାଗକୁ ସୂଚନା ଦେଇଥିଲେ । ଏହି ଚାଉଳ ଗାଡିନମ୍ବର (ଓଡ଼ି୧୫ଏନ ୦୪୪୧) ଚାଳକ ଓ ଗାଡିର ହେଲଫର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସମସ୍ତେ ମିଶି ନିଆଁ କୁ ଆୟତ କରିଥିଲେ । ଡ୍ରାଇଭରର ନାଁ ବେଞ୍ଜାମିନ ଲାକ୍ରା ବୋଲି ସୁତ୍ରରୁ ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଟ୍ରକରେ ୪୦୦ ଟି ୫୦ କିଲୋଗ୍ରାମର ଚାଉଳ ବସ୍ତା ଥିବା ସୁତ୍ରରୁ ଜଣାପଡିଥିଲା ।
ଟିଡିଏସ ବୋଝେଇ ଚାଉଳ ଟ୍ରକରେ ଲାଗିଲା ନିଆ,ଡ୍ରାଇଭର ଦେଖାଇଲେ ସହସିକତା
|
October 19, 2021 |



