୧- ଟିକି ଫୁଲଟିଏ କର ହେ ଠାକୁରେ
ଟିକି ଫୁଲ ଟିଏ କର
ନିତି ପ୍ରତିଦନ ପୂଜିବି ତୁମ୍ଭଙ୍କୁ
ସେବାରେ ଲାଗି ତୁମ୍ଭର।
୨- ଟିକି ଫୁଲଟିଏ କର ହେ ଠାକୁରେ
ଟିକି ଫୁଲଟିଏ କର
ବଗିଚାରେ ଫୁଟି ବାସ ବିତରିବି
ଭରିଦେଵି ସବୁ ପୁର।
୩- ଟିକି ଫୁଲଟିଏ କର ହେ ଠାକୁରେ
ଟିକି ଫୁଲଟିଏ କର
ଟିକି ଟିକି ହୋଇ ସବୁ ଫୁଲ ମିଶି
ଗଢ଼ିଦେବୁ ଗୋଟେ ହାର।
୪- ଟିକି ଫୁଲଟିଏ କର ହେ ଠାକୁରେ
ଟିକି ଫୁଲଟିଏ କର
ସଭିଙ୍କ ମନରେ ଖୁସି ଯେ ଭରିବି
କାହାକୁ ନ ଭାବି ପର।
୫- ଟିକି ଫୁଲଟିଏ କର ହେ ଠାକୁରେ
ଟିକି ଫୁଲ ଟିଏ କର
ଟିକି ଫୁଲଟିଏ ହୋଇ ପରା ମୁହିଁ
ପାଏ ସଭିଙ୍କ ଆଦର।
ଦେବାଶିଷ ପଣ୍ଡା
ଯାଜପୁର
ହରିଦାସପୁର
ଗ୍ରା/ପୋ- ଆରୁହା


