ସୁନ୍ଦରଗଡ଼,୧୭/୧୨ (ସନ୍ଧାନ ନିଉଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ମ୍ୟାଜିକ୍ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ (ଆରଜିଏଚ୍)କୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ଟାଟା ମ୍ୟାଜିକର ଡ୍ରାଇଭର ଓ ଯାତ୍ରୀ ବୋଲି ଜଣାପଡ଼ିଛି।
ଟାଟା ମ୍ୟାଜିକ୍ ଓ ଡମ୍ପର ମୁହାଁମୁହିଁ ଧକ୍କା
|
December 17, 2019 |
