୨୪ ୫/୨୦୨୧ (ସନ୍ଧାନ ନିଉଜ/ରୋସନ ପଟେଲ ) : ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମହୁଳପଲି ପଞ୍ଚାୟତର କୁର୍ଗା ଗ୍ରାମରେ ଜଣେ ଯୁବକର (୩୮) ବର୍ଷ କରୋନାରେ ଵିୟୋଗ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାରୁ କୋବିଡ଼ ଟେଷ୍ଟ କରାଯାଇ ଟେଷ୍ଟ ପୋଜିତିଭ ଆସିବାରୁ ତା କୁ ଗତ ବୁଧବାର ଦିନ ସୁନ୍ଦରଗଡ କୋବିଡ଼ ଚିକିତ୍ସାଳୟକୁ ନେଇ ଭର୍ତି କରାଯାଇଥିଲା ।ଜିଲ୍ଲା ଚିକିଶାଳୟ ରେ ଭେଣ୍ଟିଲେଟର ଅଭାବ ହେବାରୁ ତାଙ୍କୁ ରାଉରକେଲା ଜେପି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଞ୍ଚଳର ସେ ଜଣେ ଦକ୍ଷ ଓ ସରଳ ସ୍ୱଭାବି ସହିତ ପରପକାରୀ ଭାବରେ ପରିଚିତ ଥିଲେ ବୋଲି ତାଙ୍କ ପରିବାର ସହିତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି
।