ଟଲର ଭିତରେ ଯୁବକର ସନ୍ଦେହ ଜନକ ଖଲାସୀର ମୃତ ଦେହ ଉଦ୍ଧାର

Spread the love

ଯାଜପୁର, ୨୮/୫ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବାଘବାହାଳି ବଙ୍ଗଳା ନିକଟସ୍ଥ  ଏଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଏକ ଟଲର ଭିତରୁ (ପି ବି ୦୨ ଡି ଆର ୨୯୮୯) ଜଣେ ଯୁବକଙ୍କ ମୃତ୍ୟୁଘଟିଛି । ମୃତକ ଜଣଙ୍କ ହେଲେ ଖଲାସୀ ଜାମ୍ ସେଦପୁର ଟାଟାର ଯଶପଲ୍ ସିଂହ |  ଯାଜପୁର ଜିଲ୍ଲା ରତ୍ନଗିରି ଅଞ୍ଚଳର ଚାଳକ ଦୁଷ୍ମନ୍ତ କୁମାର ବାରିକ କହିବା ଅନୁଯାୟୀ ,ଗାଡିଟି ପଞ୍ଜାବର  ବମ୍ବେରୁ ମାଲ ଆଣି କଳିଙ୍ଗନଗର ଜିନ୍ଦଲ ପ୍ଲାଣ୍ଟରେ ଗତ ଶନିବାରଦିନ  ଅଲୋଡ଼ କରିଥିଲି । ପୁନର୍ବାର ଆଉ ଲୋଡ଼ ମିଳିନଥିବାରୁ ମୁ ବାଘବାହାଳି ବଙ୍ଗଳା ପେଟ୍ରୋଲୋ ପମ୍ଫ ନିକଟରେ ମୋ ଖଲାସିକୁ ଗାଡ଼ିରେ ଛାଡି ଘରକୁଯାଇଥିଲି । ଆଜି ଗାଡି ରାତିରେ ଲୋଡ଼ ହେବବୋଲି ମାଲିକ ଫୋନ କରିବାରୁ ମୁ ଗାଡି ପାଖକୁ ଆସି ଦେଖିଲା ବେଳକୁ ଗାଡି ଭିତରେ ମୋ ହେଲେପର୍ ର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଲି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ଆଜି ସକାଳ ୧୦ ଟା ହେବ ମାଦ୍ୟପାନ କରି ବୁଲୁଥିଲା । ଦିନ ପ୍ରାୟ ତିନିଟା ବେଳକୁ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଦେଖିଲା ବେଳକୁ ଗାଡି ଭିତରେ ଡୋରବନ୍ଦକରି ଡ୍ରାଇଭର ସିଟ ପାଖରେ ମୁଣ୍ଡକୁ ତଳକୁ କରି ସୋଇଛି । ସ୍ଥାନୀୟ ଲୋକମାନେ ଡୋରଖୋଲି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ କଳିଙ୍ଗନଗର ପୋଲିସିକୁ ଖବର ଦିଆଯାଇଥିଲା ଖବରପାଇ ପୋଲିସି ଆସି ସବ ଜବଦ କରି ବେବଛେଦ ନିମନ୍ତେ ଦାନଗଦି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ରକୁ ପଠାଇଥିଲେ । ସ୍ଥାନୀୟ ଲୋକମାନଙ୍କୁ ପଚାର ଉଚାର କରି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment