ଟଙ୍କିକିଆ ଚାଉଳକୁ ନେଇ ରାକ୍ଷସ ପାଲଟିଲା ବାପା

Spread the love

ବ୍ରହ୍ମପୁର, 29.01.2021 (ସନ୍ଧାନ ନିଉଜ୍): ଟଙ୍କିକିଆ ଚାଉଳକୁ ନେଇ ରାକ୍ଷସ ପାଲଟିଲା ବାପା। ନିଜ ଭିନ୍ନକ୍ଷମ ପୁଅର ମୁଣ୍ଡକୁ କାଠ ଫାଳିଆରେ ପିଟି ହତ୍ୟା କରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମ ଦୁର୍ଗାମାଧବ ସାହିରେ ଘଟିଛି। ଅଭିଯୁକ୍ତ ବାପ ବଳରାମ ପ୍ରଧାନ ଥାନାରେ ଅଟକ ଥିବା ବେଳେ ମୃତ ଅନିଲ ପ୍ରଧାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ସୂଚନା ଅନୁସାରେ, ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ ଓ ପୁଅ ଅନିଲ ପ୍ରଧାନ ଗାଟିଏ ଘରେ ରହି ଆସୁଥିଲେ। କିନ୍ତୁ ରାସନ କାର୍ଡରେ ମିଳୁଥିବା ଟଙ୍କିକିଆ ଚାଉଳକୁ ବାପା ଭିନ୍ନକ୍ଷମ ପୁଅକୁ ଦେଉନଥିବା ବେଳେ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ ଅଲଗା ହୋଇ ଅନ୍ୟ ଏକ ଭଡାଘର ନେଇ ରହୁଥିଲା । ଗୋଟିଏ ରାସନ କାର୍ଡରେ ବାପା ମାଆ ଓ ପୁଅ ବୋହୂକୁ ଚାଉଳ ମିଳୁଥିବା ବେଳେ ସେହି ଚାଉଳକୁ ବାପା ବଳରାମ ପ୍ରଧାନ ଭିନ୍ନକ୍ଷମ ପୁଅକୁ ଦେଉନଥିବାରୁ ପୁଅ ପ୍ରତିବାଦ କରୁଥିଲା। ପ୍ରତିବାଦ ପରେ ବସଚା ହୋଇଥିଲା। ବାପା କାଠ ଫାଳିଆରେ ପୁଅର ମୁଣ୍ଡକୁ ପିଟି ଦେଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲା। ପୁଅ ଅନିଲକୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଗ୍ରାମବାସୀ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଅନୀଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ପୋଲିସ ପଡଞ୍ଚି ତଦନ୍ତ କରିବା ସହ ବାପା ବଳରାମ ପ୍ରଧାନକୁ ଅଟକ ରଖିଛି।

Related Posts

About The Author

Add Comment