ଟଙ୍କା ଲୁଟ ଉଦ୍ୟମ ବିଫଳ: ଜାଳିଦେଲେ ଏଟିଏମ୍, ଗ୍ୟାସ୍ ସିଲିଣ୍ଡର୍ ଓ କଟର ଜବଦ

Spread the love

ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ୧୭ ତାରିଖ ବିଳମ୍ବିତ ରାତିରେ କଲେଜ ରୋଡ଼ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଦୁବୃର୍ତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରି ବିଫଳ ହେବା ପରେ ଏଟିଏମକୁ ନିଆଁ ଲଗେଇ ଜାଳି ଦେଇଥିଲେ ଯାହାଫଳରେ ଉକ୍ତ ଏଟିଏମର ଲକ୍ଷାଧିକ ଟଙ୍କାର ଯନ୍ତ୍ରୀଂଶ ଓ ଏସି ପୋଡ଼ି ଯାଇଥିବା ବେଳେ ଦମକଳ ବାହିନୀ କର୍ମଚାରୀ ନିଆଁ ଲିଭାଇଥିଲେ । 

        ପ୍ରାପ୍ତ ବିବରଣୀରୁ ଜଣାପଡିଛି ଘଟଣାଟି ରାତି ୨ ଠାରୁ ୩ ଟା – ମଧ୍ୟରେ ହୋଇଥିବା ବେଳେ ଏଟିଏଏମ ବକ୍ସରେ ୨୦ ଲକ୍ଷ ଟଙ୍କା ଥିଲା  ରିଜେକ୍ସନ ବକ୍ସରେ ୩ ହଜାର ଟଙ୍କା ଥିବାର ଜଣାପଡ଼ିଛି। ଲୁଟ ଉଦ୍ୟମ ବେଳେ । ରଜେକ୍ସନ ବକ୍ସରେ ନିଆଁ ଲାଗିବାରୁ । ସେଥିରେ ଥିବା ତିନି ହଜାର ଟଙ୍କା ନିଆଁ । ଲାଗି ନଷ୍ଟ ହୋଇଥିବା ବେଳେ ଅନ୍ୟ ଟଙ୍କା ସୁରକ୍ଷିତ ଥିବା ବ୍ୟାଙ୍କ ସୂତ୍ରରୁ ଜଣାଯାଇଛି । ନିଆଁ ଲିଭାଇବାକୁ ଦୁବୁର୍ତ୍ତମାନେ ଅସଫଳ ହେବାରୁ କଟରର ଗ୍ୟାସ ସିଲିଣ୍ଡରକୁ ପାଚେରୀ ପାଖରେ ରଖି ଫେରାର ହୋଇ ଯାଇଛନ୍ତି  ଉକ୍ତ ସିଲିଣ୍ଡରଟି ୧୦୮ ଆମ୍ବଲାନ୍ନ ଗାଡ଼ିରେ ବ୍ୟବହୃତ ହେଉଥିବା ଜଣାଯାଇଛି । ଦୁବୃର୍ତ୍ତମାନେ ସିସି ଟିଭିରେ ସେଲୋ ଟ୍ରାପ ମାରି ଉକ୍ତ ଲୁଟ କରିଥିବା ଜଣାପଡିଛି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଆସି ତନାଘନା ତଦନ୍ତ କରି ଫେରିଯାଇଛନ୍ତି । ଉଦଳା ପୁଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଉଦଳା ଭଳି ଅଞ୍ଚଳରେ ଏଭଳି ଘଟଣା ଆତଙ୍କ ସୃଷ୍ଟି କରିଛି ।

Related Posts

About The Author

Add Comment