ବାରିପଦା, ୧୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବାରିପଦା ସହରର ଲୁଚା ଛପାରେ ଚାଲୁଥିବାଜୁଆଖେଳ ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ଟାଉନଥାନା ପୁଲିସଦେବେନ୍ଦ୍ରପୁର ଠାରେ ଅତର୍କିତ ଭାବେ ଚଢ଼ଉ କରି ୫ ଜଣକୁଗିରଫ କରିଛି । ସୂଚନା ଯୋଗ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ପାଟ୍ରୋଲିଂରେ ଥିବା ବାରିପଦା ଟାଉନଥାନା ଏସଆଇ ଅଶୋକ କୁମାର ବାରିକ ପୁଲିସ ଦଳ ସହ ସ୍ଥାନୀୟ ଦେବେନ୍ଦ୍ରପୁର କେନାଲ ପାର୍ଶ୍ଵ ରେ ଚାଲିଥିବା ଜୁଆ ଆଡ୍ ଉପରେ ଚଢ଼ଉ କରିଥିଲେ । ଘଟଣା ସ୍ଥଳରେ ୩୦ରୁ ୩୫ ଲୋକ ରୁଣ୍ଡ ହୋଇଥିଲେ । ପୁଲିସ ଗାଡି ଦେଖି ଅନେକ ଧାଇଁପଳାଇଯାଇଥିବା ବେଳେ ପୁଲିସ ୫ ଜଣକୁ ଧରିବାରେସକ୍ଷମ ହୋଇଥିଲା । ସାନକେରକର ଦିଲ୍ଲୀପ କୁମାରମହାନ୍ତ (୩୫), ବାରିପଦା ସଦରର ମୁନା ସାହୁ (୩୬), ଯାମଘୋଳ ଅଞ୍ଚଳର ବିଜୟ ମହାନ୍ତ(୨୬), ଓ ଚିତ୍ତରଞ୍ଜନ ମହାନ୍ତ(୪୭),ବାରିପଦା ବଡବଜାର ଅଞ୍ଚଳର ଜିତ୍ ସାହୁ (୧୯) ପ୍ରମୁଖଙ୍କ ସହ ୧୨ଟି ଗୋଟି, ୩ ଟି ସପ, ଗୋଟେ ଦରି ୪ ଟି ଆଣ୍ଡଏଡ ଓ ଦୁଇଟି କିପ୍ୟାଡ ଫୋନ୍ ପୁଲିସ ଜବତ କରିଥିଲା । ପାଞ୍ଚ ଜୁଆଡ଼ି ଙ୍କ ଠାରୁ ପୁଲିସ ୨୧,୨୫୫ ଟଙ୍କା ମଧ୍ୟ ଉଦ୍ଧାର କରିଛି । ୧୭/୧୨୨୦୨୦ରେ କେଶ ନଂ ୯୦୯ରେ ପୁଲିସ ଏକ ମାମଲା ରୁଜୁ କରିଛି ।
ଟଙ୍କା, ମୋବାଇଲ ସହ ୫ ଗିରଫ
|
December 19, 2020 |