ଟଙ୍କା ବଣ୍ଟାକୁ ନେଇ ବିଜେଡି ରାଲିରେ ତୁମୁଳ କାଣ୍ଡ: ରାଲି ଭଣ୍ଡୁର

Spread the love

ଯାଜପୁର,୨୪/୪ (ସନ୍ଧାନ ନିୟୁଜ) ନିର୍ବାଚନର ଅବ୍ୟବହିତ ପୁର୍ବରୁ ଆଜି ଧର୍ମଶାଳା ବିଜୁ ଜନତା ଦଳତରଫରୁ ୧୧ ନଂ ଜୋନରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଏକ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ରାଁପୁର କଇଥା ଠାରୁ ଆରମ୍ଭ ହୋଇଥିବା ଏକ୍ତ ଶୋଭାଯାତ୍ରାରେ ଆରମ୍ଭ ରୁ ବିଭ୍ରାଟ ଦେଖା ଦେଇଥିଲା । ରାଲି ପାଇଁ ବାଇକ ଆରୋହି ମାନଙ୍କୁ ବଣ୍ଟା ଜାଇଥିବା ଟଙ୍କାକୁ ନେଇ ବିବାଦ ଦେଖା ଯାଇଥିଲା । ବାଇକ ଚାଲକ ମାନଙ୍କୁ ଯୋଉଁ ପରିମାଣର ଟଙ୍କା ଦେବା ପାଇଁ ଜବାବ ଦେଇ ଡକା ଯାଇଥିଲା ତାହା ସେମାନଙ୍କୁ ନମିଳିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋସ ସୃଷ୍ଟି କରିଥିଲା । ଫଳରେ ଶୋଭାଯାତ୍ରାରେ କର୍ମୀମାନଙ୍କ ମଧ୍ୟରେ ଉସôାହ ଦେଖିବାକୁ ମିଳିନଥିଲା । ସେହିପରି ଭାବେ ମର୍ଯ୍ୟଦାପୁର ପଂଚାୟତର ଗୁରୁବାର ହାଟ ପଡିଆ ନିକଟରେ ରାଲି ପାଇଁ ରୁଣ୍ଡ ହୋଇଥିବା ବାଇକ ଚାଳକ ମାନଙ୍କୁ ଟଙ୍କା ଦେବାକୁ ଲାଇନ କରାଯାଇ ଛିଡା କରାଯାଇଥିଲା । ଦୀର୍ଘ୍ୟ ସମୟ ଧରି ପ୍ରବଳ ଗୁଳୁଗୁଳିରେ ଛିଡା ହୋଇ କର୍ମୀମାନଙ୍କର ଧର୍ଯ୍ୟଚୁତି ଘଟିବାରୁ ସେମାନେ ପାଟିତୁଣ୍ଡ ଆରମ୍ଭ କରି ଗଣ୍ଡଗୋଳର ସୁତ୍ର ପାତ ହୋଇଥିଲା । ତାହା ପରବର୍ତ୍ତୀ ସମୟରେ ବିଭିନ୍ନ ଅଶ୍ଳିଳ ଭାଷାରେ ଶୋଦା ବେଜିତ ସହ ହାତା ହାତି ପର୍ଯ୍ୟନ୍ତ ଯାଇଥିଲା । ଫଳରେ ଅର୍ଦ୍ଧାଧିକ ଲୋକ ରାଲି ଛାଡି ଅସନ୍ତୁଷ୍ଟ ହୋ ପଳାଇଯାଇଥିଲେ । ଏହାକୁ କେନ୍ଦ୍ରକରି ବେଲଗାଡିଆ ଗାାଁରେ ଦୁଇଗୋଷ୍ଠି ହୋଇ ଗଣ୍ଡଗୋଳ ପାଇଁ ମୁହାାଁମୁହିଁ ହେବାର ଆଶଙ୍ଖା ଦେଖା ଦେଇଛି । ଫଳତଃ ଶୋଭାଯାତ୍ରାଟି ଏକ ପ୍ରକାର ଭଣ୍ଡୁର ହୋଇଯାଇଥିବା ସୁଚନା ମିଳିଛି ।

Related Posts

About The Author

Add Comment