ରସୁଲପୁର,୦୬/୧୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମ ୨ନଂ ୱାର୍ଡର କଳ୍ପନା ସାହୁ ସ୍ୱାମୀ- ସୁଦର୍ଶନ ସାହୁ ଙ୍କ ସ୍ତ୍ରୀ କଳ୍ପନା ସାହୁ ବ୍ରହ୍ମବରଦା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ଦିନ ୧୧ଟା ୪୦ମିନିଟରେ ଟଙ୍କା ଉଠାଇ ନିଜ ପୁତୁରା ଶ୍ରିକାନ୍ତ ସାହୁଙ୍କ ସହିତ ତାଙ୍କ ଖୁଡ଼ି କଳ୍ପନା ସାହୁ ୨୨ ହଜାର ଟଙ୍କା ଗ୍ରାମ୍ୟ ବ୍ୟାଙ୍କରୁ ଉଠାଇ ନିଜ ଘର ଭଗବତୀପୁରକୁ ଯାଉଥିବା ସମୟରେ ନିଜ ଘର ନିକଟରୁ କଳ୍ପନାଙ୍କୁ ଧକ୍କା ମାରି ତାଙ୍କ ହାତରୁ ୨୨ହଜାର ଟଙ୍କା ଚୋରମାନେ ଲୁଟି ନେଇଥିବା ବେଳେ, ଏନେଇ ବ୍ରହ୍ମବରଦା ଫାଣ୍ଡିରେ ସୋମବାର ଦିନ ଏତଲା କରାଯାଇଥିଲା । ଏତଲାକୁ ଭିତ୍ତିକରି ଚୋରକୁ ଧରିବା ପାଇଁ କୁଆଖିଆ ଥାନା ପୋଲିସ୍ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ, ଚୋରମାନେ ଦୃତ ଗତିରେ ବରୁଅାଁ ଆଡ଼ୁ ହରିପୁର ଆଡ଼କୁ ଯାଉଥିବା ବେଳେ ପୋଲିସ୍ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସାହଯ୍ୟ ଓ ସହଯୋଗରେ ଚୋରମାନଙ୍କୁ ବିଲ ମଧ୍ୟରେ ଧରାଯାଇଥିଲା । କୁଆଖିଆ ଥାନାକୁ ଚୋର ମାନଙ୍କୁ ଅଣାଯାଇଥିବା ବେଳେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ କୁଆଖିଆ ଥାନାରେ ପହଞ୍ଚି ଚୋରମାନଙ୍କୁୁ ଜେରା କରିବା ପରେ ଚୋରମାନେ ଟଙ୍କା ଛଡ଼ାଇ ନେଇଥିବା ମାନିବାରୁ ସେମାନଙ୍କୁ ଧର୍ମଶାଳା ଥାନାକୁ ଅଣାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ଥାନା ଅନ୍ତର୍ଗତ ଏଣ୍ଡରାହଳଦିଆ ଗ୍ରାମର ରାଜୁ ଦାସ ପିତା- ସୁରେନ୍ଦ୍ର ଦାସ, ବିକାଶ ଦାସ ଚୋରି କରିବା ଅଭିଯୋଗରେ ବ୍ରହ୍ମବରଦା ପୋଲିସ ଏବଂ ଧର୍ମଶାଳା ପୋଲିସ୍ ଉଦ୍ୟମରେ ଚୋର ମାନଙ୍କୁ ଗିରଫ କରାଯାଇ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଚି । ଚୋରମାନେ ବ୍ୟବହାର କରୁଥିବା ଆପାଚି ଧଳା ଏବଂ କଳା ରଙ୍ଗର ଗାଡ଼ି ଓଡି-ଓଇ୧୭୮୬ ଗାଡ଼ି ନଂମ୍ବରକୁ ପୋଲିସ୍ ଜବଦ କରିଚି । ୨୨ ହଜାର ଟଙ୍କା ଚୋରମାନେ ନେଇଥିବା ବେଳେ, ତାଙ୍କ ନିକଟରୁ ୭ହଜାର ୯ଶହ ୨୦ଟଙ୍କାକୁ ପୋଲିସ ତାଙ୍କଠାରୁ ଜବତ କରିଚି । ଏହି ଲୁଟେରା ମାନେ ବ୍ୟାଙ୍କ ମାନଙ୍କୁ ଟାର୍ଗେଟ୍ କରି ବ୍ୟାଙ୍କକୁ ଆସୁଥିବା ମହିଳା ମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ବ୍ୟାଙ୍କ ମାନଙ୍କରେ ସୁରକ୍ଷା ବଢ଼ାଇବା ପାଇଁ ଜନସାଧାରଣଙ୍କ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଉଚି ।
Report G Das