ଟକ୍ର ଧକ୍କାରେ ପୂର୍ବତନ ସମିତସଭ୍ୟଙ୍କ ଶୋାଚନୀୟ ମୁତୁ ୍ୟ, ପତିବାଦରେ ଜାତୀୟ ରାଜପଥ ଅବରୋଧ

Spread the love

ଚଣ୍ଡିଖୋଲ, (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଏକ ବ୍ୟସ୍ତବହୁଳ ଛକ ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଟ୍ରାଫିକ ସମସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଶନିବାର ଅପରାହ୍ନ ୪.୩୦ରେ ଟ୍ରାଫିକ ଉପରେ ଏକ ମର୍ମନ୍ତୁଦ ଦୃଘଟଣା ଘଟି ଜଣଙ୍କର ଶୋଚନୀୟ ମୃତୁ୍ୟ ହେବା ସହିତ ଅନ୍ୟଜଣେ ଆହତ ହୋଇ ବଡଚଣା ମେଡିକାଲରେ ଚିକସôିତ ହେଉଥିବା ଜଣାଯାଇଛି ।

ସୂଚନା ମୁତାବକ ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଦଡିହ ପଂଚାୟତ ଜୟସୁଙ୍ଗୁଡା ଗ୍ରାମର ପୂର୍ବତନ ସମିତସଭ୍ୟ ଦେବନ ସାହାଣୀଙ୍କ ପୁଅ ଶତ୍ରୁଗ୍ନ ସାହାଣୀ(୫୫) ନିଜର ଅନ୍ୟ ଜଣେ ବନ୍ଧୁ ପହି ଗ୍ରାମର ପ୍ରଦିପ ପରିଡା (୪୩)ଙ୍କ ସହିତ ଚଣ୍ଡିଖୋଲ କୋର୍ଟକୁ ଆସି ଫେରୁଥିବା ବେଳେ କଟକୁ ଆଡୁ ଆସୁଥିବା ଏକ ମାଛ ବୋଝେଇ ଆନ୍ଦ୍ର ଟକ୍ର ନଂ ଏପି୦୫ ଟିଡି-୭୫୨୯ ଶ୍ରତୃଘ୍ନ ଧକ୍କା ଦେଇ ତାଙ୍କ ଉପରେ ମାଡି ଯାଇଥିଲା ଫଳରେ ଘଟଣା ଶତୃଘ୍ନଙ୍କର ଶୋଚନୀୟ ମୃତୁ୍ୟ ଘଟିବା ସହିତ ପ୍ରଦିପ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପ୍ରଚାରିତ ହେବା ପରେ ଶହ ଶହ ସ୍ଥାନୀୟ ଜନସାଧରଣ ରୁଣ୍ଡ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ ।

https://www.youtube.com/watch?v=f0-wclSkN1E

ଜନସାଧରଣଙ୍କ ଅଭିଯୋଗ ମୁତାବକ ଏଠାରେ ଟ୍ରାଫିକ ପୋଲିସ ରହୁନଥିବା, କେବଳ ଚାନ୍ଦା ଆଦାୟ କରିବାରେ ଲିପ୍ତ ରହିବା, ଚଣ୍ଡିଖୋଲରେ ଓଭର ବିଜ୍ର ନିର୍ମାଣ କରିବା, ଗୋଲେଇ ଟ୍ରାଫିକ କରିବା ଆଦି ଦାବି ନେଇ ପ୍ରାୟ ଦେଢ ଘଂଟାରୁ ଅଧିକ ସମୟ ରାସ୍ତା ଅବରୋଧ କରିଥିଲେ ।

ପରେ ଏସଡିପିଓ କେଦାରନାଥ ସାହୁ, ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଧର୍ମଶାଳା ଥାନାଅଧିକାରୀ ଉମାକାନ୍ତ ନାୟକ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାଶ, ବୈରୀ ଥାନାଅଧିକାରୀ ନିରଂଜନ ଶବର ପ୍ରମୁଖ ଘଟଣାସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟହୃତ ହୋଇଥିଲା । ଦୃର୍ଘଟଣା ଘଟାଇଥିବା ଟକ୍ରକୁ ଜବତ କରିବା ସହିତ ଏହାର ଚାଳକକୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment