ଯାଜପୁର ସଦର, ୨୫ା୦୪: ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତ ସାନବାଗ ଗ୍ରାମକୁ ଯାଇଥିବା ନଦୀବନ୍ଧ ରାସ୍ତାଟି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜେୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ମିଡିଆ ସେଲର ଅଧ୍ୟକ୍ଷ ଆଜି ଝାଲପଡ଼ା ପଂଚାୟତ ସାନବାଗ ସାହିକୁ ସାଧାରଣ ପରିଷଦ ବୈଠକରେ ଯୋଦେବାକୁ ଆସିଥିବା ବେଳେ, ଶ୍ରୀ ମହାନ୍ତି ଏହି ନଦୀବନ୍ଧରେ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଯାହାକି ରବିନ୍ଦ୍ର କ୍ଲବ ଆନୁକୁଲ୍ୟରେ କରାଯାଉଥିବା ସାନବାଗ ସାହିକୁ ଆସିବାକୁ ଥିବା ବେଳେ, ନଦୀବନ୍ଧର ଅବସ୍ଥା ଶୋଚନୀୟ ହୋଇଥିବା ଦେଖିବାକୁ ପାଇଥିଲେ । ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏହି ନଦୀବନ୍ଧକୁ ସୁଦୃଡ଼ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଏହି ନଦୀବନ୍ଧର ବିଭିନ୍ନ ଜାଗାରୁ ପିଚୁ ଉଠିଯିବା ସହିତ ଖାଲମାନ ହୋଇଥିବା ଦେଖିବାକୁ ମିଳିଚି । ଯାଜପୁର ବରିଷ୍ଠ ସମାଜସେବୀ କର୍ଣ୍ଣାଟକେଶରୀ ଦାସ ଏହି ବୈଠକରେ ଯୋଗଦେବା ପାଇଁ ଆସିଥିବା ବେଳେ, ସାନବାଗ ସାହି ଗ୍ରାମକୁ ରାଜସ୍ୱଗ୍ରାମରେ ପରିଣତ କରାଯିବାପାଇଁ ଝାଲପଡ଼ା ପଂଚାୟତର ସରପଂଚ ଭାରତୀ ମଲିକ ଏବଂ ସମିତି ସଭ୍ୟ ନିର୍ମଳ କୁମାର ସାମଲକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ସାନବାଗ ସାହି ଗ୍ରାମର ନଦୀବନ୍ଧକୁ ପକ୍କା ରାସ୍ତା କରିବା ସହିତ ସୁଦୃଢ଼ କରିବା ପାଇଁ ସାନବାଗ ସାହି ଗ୍ରାମର ଗ୍ରାମବାସୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି ଗ୍ରାମଟି ବ୍ରାହ୍ମଣୀ ନଦୀ କୁଳରେ ହୋଇଥିବାରୁ ବନ୍ୟାର ଭୟ ରହିଚି । ରାଜ୍ୟ ସରକାର ଏବଂ ବିଶେଷ କରି ଯାଜପୁର ବିଧାୟକ ପ୍ରଣବ ପକାଶ ଦାସ ଦୃଷ୍ଟି ଦେବାପାଇଁ ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି ।




