ଝାରସୁଗୁଡ଼ାରୁ ସ୍ପାଇସ୍‌ଜେଟ୍ ଉଡ଼ାଣ ମାର୍ଚ ୩୧ରୁ

Spread the love

ନୂଆଦିଲ୍ଲୀ, ୨୮/୨(ସନ୍ଧାନ ନିୟୁଜ) : ଚଳିତ ବର୍ଷ ମା‌ର୍ଚ ୩୧ରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍‌ଜେଟ୍‌ର ଉଡ଼ାଣ ଛଅଟି ସ୍ଥାନକୁ ଆରମ୍ଭ ହେବ। ଆଜି ଠାରୁ ଏଥିପାଇଁ ବୁକିଙ୍ଗ୍‌ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସ୍ପାଇସ୍‌ଜେଟ୍‌ର ସିଏମ୍‌ଡି ଅଜୟ ସିଂହ ଏହି ସୂଚନା ପ୍ରଦାନ କରିଛନ୍ତି। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ରାୟପୁର ଏବଂ ଭୁବନେଶ୍ବରକୁ ସ୍ପାଇସ୍‌ଜେଟ୍ ବିମାନ ସେବା ପ୍ରଦାନ କରିବ। ସ୍ପାଇସ୍‌ଜେଟ୍‌ ବିମାନ ପ୍ରତିଦିନ ଅପରାହ୍ନ ୧ଟା ୧୫ରେ ଦିଲ୍ଲରୁ ବାହାରି ୩ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ଅପରାହ୍ନ ୩ଟା ୪୦ରେ ବାନାରି ୫ଟା ୩୫ରେ ଦିଲ୍ଲୀରେ ପହଞ୍ଚିବ। ହାଇଦ୍ରାବାଦ ଅଭିମୁଖେ ଯିବାକୁ ଥିବା ବିମାନ ଅପରାହ୍ନ ୪ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ାରୁ ବାହାରିବ ଓ ହାଇଦ୍ରାବାଦରେ ସନ୍ଧ୍ୟା ୬ଟାରେ ପହଞ୍ଚିବ। ହାଇଦ୍ରାବାଦରୁ ସନ୍ଧ୍ୟା ସାଢ଼େ ୬ଟାରେ ବାହାରି ଝାରସୁଗୁଡ଼ାରେ ରାତି ୮ଟା ୨୦ ମିନିଟ୍‌ରେ ପହଞ୍ଚିବ। କୋଲକାତାରୁ ସ୍ପାଇସ୍‌ଜେଟ୍‌ର ବିମାନ ଅପରାହ୍ନ ୨ଟା ୨୫ ମିନିଟ୍‌ରେ ବାହାରି ଝାରସୁଗୁଡ଼ାରେ ଅପରାହ୍ନ ୩ଟା ୫୦ ମିନିଟ୍‌ରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ରାତି ୮ଟା ୪୦ରେ ବାହାରି କୋଲକାତାରେ ୧୦ଟାରେ ପହଞ୍ଚିବ। ଏହି ଅବସରରେ ପଶ୍ଚିମ ଓଡ଼ିଶାର କେତେକ ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ।

Related Posts

About The Author

Add Comment