ବାରିପଦା, ୦୨/୦୧/୨୦୨୧(ସନ୍ଧାନ ନିଉଜ /ଲିଙ୍ଗରାଜ ପଣ୍ଡା) :- ଝାରସୁଗୁଡା ଜିଲ୍ଲାରେ ନୂଆ ଏ ଭାବେ ଦାୟିତ୍ବ ଗ୍ରହଣ କଲେ ବିକାଶ ଦାସ। ବର୍ତ୍ତମାନର ଏସପି ରାହୁଲ ପିଆର ଯାଜପୁର ଜିଲ୍ଲାକୁ ବଦଳି ହେବା ପରେ ଭଦ୍ରକର ଅତିରିକ୍ତ ଏ ବିକାଶ ଦାସଙ୍କୁ ଝାରସୁଗୁଡାର ନୂତନ ଏସପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ଶୁକ୍ରବାର ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରି ଜିଲାର ସବୁ ଥାନା ଅଧିକାରୀଙ୍କ ସହ ବରିଷ୍ଠ ପଦାଧିକାରୀଙ୍କୁ ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଛନ୍ତି। ଏହାପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଆଇନଶୃଙ୍ଖଳା ଦାୟିତ୍ବକୁ ସୂଚାର ରୂପେ ପରିଚାଳନା ସହ ଏକ ଟିମ୍ ଭଳି ସମସ୍ତେ ନିଜର ଦାୟିତ୍ବ ସମ୍ପାଦନ କରିବା ଉପରେ ଧାନ ଦେବେ ବୋଲି କହିଛନ୍ତି। ଜିଲ୍ଲାର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି ।