ଝାରସୁଗୁଡାରେ କରୋନା ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

Spread the love
ଝାରସୁଗୁଡା, ୦୨/୦୫ (ସନ୍ଧାନ ନିଉଜ) : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗ୍ରସ୍ତରେ ଯାଇଥିଲେ। ଏହି ଅବସରରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରୋନା ବା କୋଭିଡ଼-୧୯ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ପରେ ସେମାନେ ସୁନ୍ଦରଗଡ ଗସ୍ତ କରିଥିଲେ। ବୈଠକରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଲକଡାଉନ ପରେ ସାଧାରଣ ଲୋକେ କିପରି ସାମାଜିକ ଦୂରତା ରକ୍ଷା କରିବେ ସେହି ପ୍ରସଙ୍ଗ ଆଲୋଚନା କରିଥିଲେ। ଏଥିରେ ଝାରସୁଗୁଡା ଜିଲ୍ଲାପାଳ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଜିଲ୍ଲା ଏସପି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment