ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ବର, ୦୧/୧୨ (ସନ୍ଧାନ ନିଉଜ) : ଝାଡ଼ଖଣ୍ଡ ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପରବର୍ତୀ ପର୍ଯ୍ୟାୟ ପାଇଁ ଚାଲିଛି ଅଙ୍କ କଷା । ସମସ୍ତ ଦଳ ପକ୍ଷରୁ ପ୍ରଚାର ପ୍ରସାର ଜୋର ଧରିଥିବା ବେଳେ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ତଥା ଜାମସେଦପୁର, ଜଗନ୍ନାଥପୁର ଓ ଚକ୍ରଧରପୁରରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଚାର ପ୍ରସାର କୁ ଦ୍ୱିଗୁଣିତ କରିଛନ୍ତି ।

ସେ କହିଥିଲେ, ଝାଡ଼ଖଣ୍ଡର ବିକାଶକୁ ନିରନ୍ତର କରିବା ପାଇଁ ଏଠାରେ ଡବଲ୍‌ ଇଞ୍ଜିନର ପୁନରାବୃତ୍ତି ହେଉ । ଝାଡ଼ଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଞ୍ଚଳରେ ଆହୁରି ବିକାଶ ହେବ । ଝାଡ଼ଖଣ୍ଡର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ଏକ ସ୍ଥିର ଓ ମଜବୁତ ସରକାର ଉଦ୍ୟମ ଜାରି ରଖିଛି । ବିଶେଷ କରି ଗରିବ ଓ ଆଦିବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

Related Posts

About The Author

Add Comment