ଝରକା ଭାଙ୍ଗି ସ୍ତ୍ରୀ ଫେରାର, ଖୋଜିବା ପାଇଁ ସୋସିଆଲ ମିଡିଆରେ ସାହାରା ନେଲେ ସ୍ୱାମୀ

Spread the love

କୋଲକାତା, ୨୮/୧୨/୨୦୧୧ (ସନ୍ଧାନ ନିଉଜ) : ଘର ଝରକା ଭାଙ୍ଗି ଫେରାର ହୋଇଗଲେ ସ୍ତ୍ରୀ । ଖୋଜିବା ପାଇଁ ସୋସିଆଲ ମିଡିଆରେ ନିବେଦନ କଲେ ସ୍ୱାମୀ । ଏମିତିକି ସ୍ତ୍ରୀଙ୍କୁ ଖୋଜିଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ପିଙ୍ଗଲା ଗ୍ରାମରେ । ଯେଉଁଠି ସ୍ୱାମୀ ବାହାରକୁ କାମ କରିବାକୁ ଯାଇଥିବା ସମୟରେ ଘରୁ ଫେରାର ହୋଇଯାଇଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଅଭିଯୋଗ ଅନୂଯାଇ ପୂର୍ବରୁ ଅନ୍ୟ ଜଣେ ପୁରୁଷଙ୍କ ସହିତ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କ ରହିଥିବା ବେଳେ ସେ ଘରେ ନଥିବାର ସୁଯୋଗ ନେଇ ନିଜ ଛୋଟ ଛୁଆକୁ ଧରି ଘରୁ ସବୁ ସୁନା ଅଳଙ୍କାର, ଟଙ୍କା ଓ ଭୋଟରକାର୍ଡ ଆଧାରକାର୍ଡ ଭଳି ପରିଚୟ ପତ୍ର ସାଙ୍ଗରେ ନେଇ ଫେରାର ହୋଇଯାଇଛନ୍ତି । ଗତ ଡିସେମ୍ବର ୯ତାରିଖରୁ ସ୍ତ୍ରୀଙ୍କ ଓ ତାଙ୍କ ପିଲା ନିଘୋଜ ରହିଥିବା ବେଳେ ଏବେ ବିଚରା ସ୍ୱାମୀ ସୋସିଆଲ ମିଡିଆରେ କାନ୍ଦି କାନ୍ଦି ତାଙ୍କ ସ୍ତ୍ରୀଙ୍କୁ ଖୋଜିଦେବା ପାଇଁ ନିବେଦନ କରିଛନ୍ତି ଏହା ସହିତ ଯିଏ ତାଙ୍କ ସ୍ତ୍ରୀଙ୍କୁ ଖୋଜିଦେବ ସେ ତାଙ୍କୁ ୫ହଜାର ଟଙ୍କାର ପୁରସ୍କାର ଦେବେ ବୋଲି କହିଛନ୍ତି । ତେବେ ଏହି ଘଟଣାରେ ସ୍ୱାମୀ ଜଣଙ୍କ ଥାନାରେ ଅଭିଯୋଗ କରିଥିବା କହୁଥିବା ବେଳେ ପୋଲିସ୍ କିନ୍ତୁ ଏଭଳି କିଛି ମାମଲା ରୁଜୁ ହୋଇନଥିବା କହିଛି ।

Related Posts

About The Author

Add Comment