ରାଉରକେଲା, ୦୩/୧୨/୨୦ (ସନ୍ଧାନ ନିଉଜ) : ପରିବହନ ନିୟମ ଅନୁଯାୟୀ, ଚଳିତ ମାସ ଶେଷ ସପ୍ତାହ ଯାଏ ପୁଲିସ ପକ୍ଷରୁ ବାଇକ ଚାଳକ ମାନଙ୍କ ହେଲମେଟ ଯାଂଚ ସହ, ପରିବହନର ଅନ୍ୟାନ ନିୟମ ଉଲ୍ଲଗଂନ କରଥିବା ଦୁଇ ଚକିଆ ଓ ଚାରି ଚକିଆ ଚାଳନାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରୀ ଭାବେ ବିଜ୍ଞପ୍ତି ଜାରି ହୋଇଛି । ରାଉରକେଲାର ବିଭିନ୍ନ ଥାନା ପୁଲିସ ପକ୍ଷରୁ ଗାଡ଼ି ଧରପଗଡ଼ ଅଭିଯାନ ଚାଲୁ ରହିଥିବା ବେଳେ ଆଗକୁ ଏଭଳି ଅଭିଯାନ ଚାଲୁ ରହିବ । ଜୋରିମାନା ଭୟରେ ବହୁ ବାଇକଧାରୀ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତି ପରିବାରରେ ଏକରୁ ଅଧିକ ବାଇକ ରହିଥିବା ବ୍ୟକ୍ତି ମାନେ ହେଲମେଟ କ୍ରୟ କରିବା ଦେଖିବାକୁ ମିଳିଛି । ଫଳସ୍ୱରୂପ ହେଲମେଟର ଚାହିଦା ବଜାରରେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲାର କିଛି ବ୍ୟବସାୟୀ ରାଉରକେଲା ବଜାରରୁ ହେଲମେଟ ପାଇକାରୀ ଦାମରେ କ୍ରୟ କରି ଏହାକୁ ଖୁଚୁରା ଦରରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଜରିମାନା ଓ ଗାଡ଼ି ଲାଇସେନ୍ସ ରଦ୍ଦ ହେବା ଭୟରେ ଗ୍ରାହକ ମାନେ ଯେନତେଣ ପ୍ରକାର ହେଲମେଟ କିଣୁଛନ୍ତି । ସେହିପରି ରାଉରକେଲାର କିଛି ପ୍ରମୁଖ ଛକର ରାସ୍ତା କଡ଼ରେ ହେଲମେଟର ପସରା ଦେଖିବାକୁ ମିଳିଲାଣି । କିଛି ଜାଗାରେ ହେଲମେଟର କଳାବଜାରୀ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ଜୋରିମାନା ଭୟ: ବଜାରରେ ବଢୁଛି ହେଲମେଟର ଚାହିଦା
|
December 3, 2020 |