ଜୈବିକ କୃଷି ଓଡିଶାର ପରିଚୟ ହେବା ବିଧେୟ

Spread the love
କଟକ, ୨୮/୦୯ (ସନ୍ଧାନ ନିଉଜ)ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଆୟୋଜିତ ଶୋଡଷ ଇ-ପାଠ୍ୟଚକ୍ର ରେ ଏଭଳି ମତ ପ୍ରକାଶ ପାଇଛି ।ଗୁଗଲ୍ ମିଟ୍ ମାଧ୍ୟମରେ ତା ୨୭/୦୯/୨୦୨୦,  ରବିବାର ଅପରାହ୍ନ ୩.୦୦ ଘଟିକା ବେଳେ ଏହା ଅନୁଷ୍ଠିତ ହେଇଜାଇଛି । ଏଥିରେ ବର୍ଷିୟାନ୍ ଜୈବିକ କୃଷକ ନଟବର ଶଡଙ୍ଗୀ ଏବଂ ଅବସର ପ୍ରାପ୍ତ ପ୍ରଫେସର୍ ତଥା ଜୈବିକ କୃଷକ ଡ. ପ୍ରମୋଦ କୁମାର ଜେନା ଯୋଗଦେଇ ବର୍ତ୍ତମାନ ଗ୍ରାମଗୁଡିକରେ ଦେଖାଦେଇଥିବା ପରିବର୍ତ୍ତନ  ତଥା ସାଂପ୍ରତିକ ସମାଜରେ ଜୈବିକ କୃଷିକୁ ନେଇ କିଭଳି ଗ୍ରାମୀଣ ବିକାଶ ସମ୍ଭବ ସେହି ବିଷୟରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ଯୁବପିଢିଙ୍କୁ ଉଦ୍ ବୁଦ୍ଧ କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠା ସଦସ୍ୟ ରାଧେଶ୍ୟାମ ପାଢିଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ସହ ସଭା ତ୍ୱରାନ୍ୱିତ କରାଯାଇଥିଲା । ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନିତି ବିଭାଗର ସହକାରୀ ପ୍ରଫେସର୍ ତଥା ଆଜୀବନ ସଦସ୍ୟ ଡ. ହିମାଂଶୁ ଶେଖର ରାଉତ ପୌରୋହିତ୍ୟ କରି ଅନୁଷ୍ଠାନର ବିଭିନ୍ନ ବିଭଗ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ସଂଯୋଜନା କରିଥିଲେ  ରେଭେନ୍ସା ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ସହାୟକ ପ୍ରଫେସର୍ ତଥା ଆଜୀବନ ସଦସ୍ୟ ଡ. ଦେବୀଲାଲ ମିଶ୍ର। ବିବେକାନନ୍ଦ ଯୁବସଂସଦ ପରିଚାଳନା ସମିତିର ଶାବେରୀ ଦଳର ସନ୍ଦିପ କୁମାର ପଣ୍ତା ଏବଂ ସତ୍ୟସ୍ନିଗ୍ଧା ପ୍ରିୟଦର୍ଶିନି ସଭା ପରିଚାଳନା କରିଥିଲେ ।ସ୍ୱାମୀ ବିବେକାନନ୍ଦ ଲୋକସଂସଦର ବିଚାରଧାରା ବିଭାଗର ଟ୍ରଷ୍ଟି ଚିନ୍ମୟ ରଂଜନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ରବିବାର ଭାରତର ସାଂପ୍ରତିକ ବୈଶ୍ୱିକ ସମ୍ପର୍କ ବିଷୟରେ ୱେବିନାର୍ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment