ଜେଲ ଗଲେ ହସ୍ତଶିଳ୍ପି ନିର୍ଦ୍ଦେଷକ 

Spread the love

ଯାଜପୁର ସଦର, ୨୧/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ସହକାରୀ ହସ୍ତଶିଳ୍ଫ ନିର୍ଦ୍ଦେଷକ ଲାଞ୍ଚନେଉଥିବା ବେଳେ, ବିଲପାସ କରାଇଦେବାକୁ ଲାଞ୍ଚ ନେଉଥିବା ସମୟରେ ଯାଜପୁର ହସ୍ତଶିଳ୍ଫ ନିର୍ଦ୍ଦେଷକ ପ୍ରଭତ ମିଶ୍ରକୁ ଭିଜିଲାନ୍ସ ଟିମ ଗିରଫ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଶ୍ରୀ ମିଶ୍ର ଯାଜପୁର ରୋଡ଼ ଥାନା ନିକଟସ୍ଥ ଜିଲ୍ଲା ଶିଳ୍ପକେନ୍ଦ୍ର ପରିଶରର ମଧ୍ୟରେ ରହିଥିବା ଯାଜପୁର ଜିଲ୍ଲାର ସହାକାରୀ ହସ୍ତଶିଳ୍ପ ନିର୍ଦ୍ଦେଷକ କାର୍ଯ୍ୟାଳୟ ରହିଚି । ଏଠାରେ ସୂଚନା ଯୋଗ୍ୟ ଯେ, ହସ୍ତଶିଳ୍ଫ ପ୍ରଶିକ୍ଷାର୍ଥି ୭୫ହଜାର ୫ଶହ ଟଙ୍କାର ବକେୟା ବିଲ ବାକିଥିବା ବେଳେ, ଏହାକୁ କରାଇଦେବାକୁ ଶ୍ରୀ ମିଶ୍ର ୨୦ହଜାର ଟଙ୍କା ଲାଞ୍ଚ ଦାବି ମାଗିବାରୁ ଏହି ଟଙ୍କାକୁ ଶ୍ରୀ ମିଶ୍ର ତାଙ୍କ ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଲକ୍ଷ୍ମୀପ୍ରିୟା ମହାରଣା ଜଣେ ମହିଳା ଚୁକ୍ତିଭିତ୍ତିକ ଏମସିଏମଙ୍କ ଜରିଆରେ ପ୍ରଦାନ କରିବାକୁ କହିଥିଲେ । ଏନେଇ ସମ୍ପୃକ୍ତ ପ୍ରଶିକ୍ଷାର୍ଥି ରାଜ୍ୟ ଭିଜିଲାନ୍ସ ଟିମ ନିର୍ଦ୍ଦେଶ ମତେ ମଙ୍ଗଳବାର ଏହି ଅର୍ଥ ଦେଉଥିବା ସମୟରେ ରାଜ୍ୟ ଭିଜିଲାନ୍ସଟିମ ତାଙ୍କୁ ଧରିବାରେ ସଫଳ ହୋଇ ଥିଲେ । ତାଙ୍କ ପାଖରୁ ୨୦ହଜାର ଟଙ୍କା ଉଦ୍ଧାର କରାଯିବା ସହିତ ଟଙ୍କାକୁ ଜବତ କରାଯାଇ ତାଙ୍କ ନାମରେ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ଭୁବନେଶ୍ୱର ପଟିଆସ୍ଥିତ ଡୁଆଲ ଆପାର୍ଟମେଣ୍ଟର ରୁମ ୨୦୯ କଟକ ବାଦାମବାଡ଼ିରେ ଥିବା ଭଡ଼ାଘର, ସୁନ୍ଦରଗଡ଼ରେ ଥିବା ଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ ଘର ସହିତ ଚୁକ୍ତି ଭିତ୍ତିକ ଏମସିଏମ ଲକ୍ଷ୍ମୀପ୍ରିୟା ମହାରଣା ଶ୍ରୀ ମିଶ୍ରଙ୍କ ବେଆଇନି ଅର୍ଥର ଭଦ୍ରଲୋକ ସାଜିଥିବା ବଳେ, ଏହାକୁ ଆଦାୟ କରିବାରେ ସଫଳ ହେଉଥିଲେ । ସଂକେତ ପାଇବାପରେ ଫାଇଲ କାମ ଆଗକୁ କରାଯାଏ । ଭିଜିଲାନ୍ସ ଟିମ ଶ୍ରୀ ମିଶ୍ରଙ୍କୁ ଗିରଫ କରିବା ସହିତ ଲକ୍ଷ୍ମୀପ୍ରିୟାକୁ ଗିରଫ କରିଥିଲେ । ଭିଜିଲାନ୍ସ ଚଢ଼ାଉ ଛାନିଆ ଦେଖି ଅନ୍ୟ ଉପାୟରେ ଅର୍ଥ ଆଦାୟ କରୁଥିବା ମଧ୍ୟରେ କୋକୋଆ ଭୟ ସୃଷ୍ଟି କରିଚି ।

Related Posts

About The Author

Add Comment