ଭଦ୍ରକ/୨୧/୧୧/ସନ୍ଧାନ ନିଉଜ୍/ଶିବାନି ମିଶ୍ର/ଜେଲ ରୁ ବିଚାରାଧୀନ ବନ୍ଦୀ କଏଦୀ ଫେରାର ଉଦ୍ୟମ , ପାଇଖାନା ଟାଙ୍କି ର ପାଇପ ଦ୍ୱାର ଖସିଯାଇଥିଲେ । ଅଧା ବାଟ ରେ ମାଡିବସିଲେ ଜେଲ ର ସୁରକ୍ଷା କର୍ମୀ । ସିସିଟିଭି ରେ କଏଦ ହୋଇଛି ଭିଡିଓ. ସୂଚନାଯୋଗ୍ୟ ଯେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାର ରୁ ବନ୍ଦୀ ଫେରାର ହେଉଥିଲେ । ପିରାହାଟ ଥାନା ଅଧିନ ର ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ୩୫୪ ଦଫା ରେ ଜେଲ ଆସିଥିଲେ । ୨୦ ଅକ୍ଟୋବର ରେ ପିରାହାଟ ଥାନା ଅକ୍ଷୟ ଙ୍କୁ କୋର୍ଟ ଫରୱାର୍ଡ କରିଥିଲା । ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା । ତେବେ ଅକ୍ଷୟ ଦିନ ଦ୍ୱିପ୍ରହର ରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ । ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପର କୁ ଉଠି ପାଇପ ସାହାଯ୍ୟ ରେ ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲେ । ତେବେ ଜେଲ ର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟ ଙ୍କୁ ଗୋଡ଼ାଇଥିଲେ । ଜେଲ ନିକଟ ରୁ ପ୍ରାୟ ଅଧ କିଲୋମିଟର ଦୂର ରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ଲୁଚି ଯାଇଥିଲେ, ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀ ମାନେ ମିଶି ଖସି ଯାଇଥିବା ବନ୍ଦୀ କୁ ଧରିଥିଲେ. ଅକ୍ଷୟ ମଲ୍ଲିକ କୁ କାବୁ କରି ପୁଣି ଜେଲ କୁ ନିଆଯାଇଛି । ଏ ଘଟଣା ନେଇ ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି
ଜେଲ୍ ଡେଇଁ ଫେରାର ହେଉଥିଲେ ବିଚାରାଧୀନ କଏଦୀ, ଅଧାରାସ୍ତାରେ ମାଡି ବସିଲେ ସୁରକ୍ଷା କର୍ମୀ
|
November 21, 2021 |
