ଜେଲ୍‌ରୁ ପାରୋଲ୍‌ରେ ଆସିଥିବା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଦୋଷୀ ଜଲୀସ୍‌ ଅନସାରି ନିଖୋଜ

Spread the love

ଭୁବନେଶ୍ୱର ୧୭ /୦୧/୨୦୨୦ (ସନ୍ଧାନ ନିଉଜ) ଜେଲ୍‌ରୁ ପାରୋଲ୍‌ରେ ଆସିଥିବା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଦୋଷୀ ଜଲୀସ୍‌ ଅନସାରି ମୁମ୍ବାଇସ୍ଥିତ ତାଙ୍କ ଘରୁ ନିଖୋଜ ହୋଇ ଯାଇଛନ୍ତି। ଜଲୀସ୍‌ ବୃତ୍ତିଗତ ଭାବେ ଜଣେ ଡାକ୍ତର। କୁହାଯାଏ ବୋମା ତିଆରିରେ ତାଙ୍କର ପାରଦର୍ଶୀତା ଅଛି। ତେଣୁ ‘ଡକ୍ଟର୍‌ ବମ୍‌’ ନାମରେ ମଧ୍ୟ ସେ ସୁପରିଚି। ୨୧ ଦିନ ପାରୋଲ୍‌ରେ ଆସି ସେ ତାଙ୍କ ମୁମ୍ବାଇ ବାସଭବନରେ ରହୁଥିଲେ।

କିନ୍ତୁ, ଗୁରୁବାର ସକାଳେ ରହସ୍ୟମୟ ଭାବେ ସେ ଅନ୍ତର୍ଦ୍ଧାନ ହୋଇଯିବାରୁ ତାଙ୍କ ପରିବାର ଲୋକେ ଅଗ୍ରିପଡ଼ା ଥାନାରେ ‘ନିରୁଦ୍ଦିଷ୍ଟ’ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଅନ୍‌ସାରିଙ୍କ ଚାରି ପୁଅଙ୍କ ମଧ୍ୟରୁ ଜଣେ ପୁଲିସକୁ କହିଛନ୍ତି କି, ତାଙ୍କ ବାପା ଗୁରୁବାର ସକାଳୁ ନିଖୋଜ ହୋଇ ଯାଇଛନ୍ତି। ଜଲୀସ ଅନ୍‌ସାରିଙ୍କୁ ଖୋଜି ପାଇବାକୁ ମୁମ୍ବାଇ ପୁଲିସ କେତୋଟି ଟିମ୍‌ ଗଠନ କରି ତଲାସ ଆରମ୍ଭ କରିଛି। ସମଗ୍ର ଦେଶରେ ପ୍ରାୟ ୫୦ଟି ବୋମା ବିସ୍ଫୋରଣ ମାମଲାରେ ଜଲୀସ୍‌ଙ୍କ ନାମରେ ଅଭିଯୋଗ ରହିଛି।

ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଲୀସ ନିକଟରେ ରାଜସ୍ଥାନ ଅନ୍ତର୍ଗତ ଆଜ୍‌ମେର୍‌ କେନ୍ଦ୍ରୀୟ କାରାଗାରରୁ ମୁକୁଳି ଥିଲେ। ପାରୋଲ୍‌ରେ ଥିବା ସମୟରେ ପ୍ରତିଦିନ ଅଗ୍ରିପଡ଼ା ଥାନାକୁ ଯାଇ ହାଜିରା ପକାଇବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା।

୧୯୯୩ ମସିହା ମାର୍ଚ ୧୨ ତାରିଖରେ ମୁମ୍ବାଇ ସହରରେ ସିରିଜ୍‌ ବୋମା ବିସ୍ଫୋରଣ ଘଟି ୨୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୭୧୩ଜଣ ଆହତ ହୋଇଥିଲେ।

Related Posts

About The Author

Add Comment