ଜେଲେରୁ ଗିରଫ ହେଲେ ପୁଣି ଜେଲକୁ ଗଲେ: ଏଟିଏମରୁ ଟଙ୍କା ଉଠାଣ ମାମଲା , ୯ ଗିରଫ

Spread the love

ଯାଜପୁର, ୧୭/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ପୁଲସ ଜିଲ୍ଲାକର୍ଯ୍ୟାଳୟ ପାଣିକୋଇଲି ଅଂଚଳରୁ ଏଟିଏମରୁ ଟଙ୍କା ଉଠାଣ ପରେ ବିଳାସପୁର ସମତେ ବିଭିନ ,ଟିଏମରୁ ଜମାଖାତାରୁ ପଇସା ଗାଏବ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୁଲିସ ୯,୧୯,୧୦/୧୯, ୧୨/୧୯ ଦଫା ୩୭୯, ୪୨୦ ଆଇପିସି, ୬୬(ଏ)(ସି)(ଡି) ଆଇଟି ଆକ୍ଟରେ ମାମଲା ରୁଜ୍ଜୁ କରିଥିଲା । ଏହି ଘଟରାର ତଦନ୍ତକରିବାକୁ ଯାଇ ଏହାର ମୁଖ୍ୟ ନରସିଂହପୁରର ରଂଜନ ନାୟକ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଥିଲା । ବିଳାସପୁର ଅନ୍ୟ ୯ ଜଣଙ୍କର ସମ୍ପୃକ୍ତି ଥିବା ଜାଣି ବିଳାସପୁର ଗସ୍ତ କରିଥିଲେ । ସେମାନେ ଜେଲରେ ଥିବାରୁ ସେମାନଙ୍କୁ ଜେରା କରି ଫେରିଥିଲେ । ପୁନଃବାର ମାନ୍ୟବର କୋର୍ଟଙ୍କ ଅନୁମତି ନେଇ ବିଳାସପୁର ଯାଇ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ୯ ଜଣଙ୍କୁ ବିାଳସପୁର ସେଂଟ୍ରାଲ ଜେଲରୁ ଆଣି କୋର୍ଟରେ ହାଜର କରାଇଥିଲେ । ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ସେମାନଙ୍କୁ ଯାଜପୁରରୋଡ ଉପକାରାଗାର(ରଗଡି) ଜେଲକୁ ପଠାଇ ଦିଆଯାଇଛି ।

Related Posts

About The Author

Add Comment