ଜେଲରେ କଏଦୀଙ୍କ ମୃତ୍ୟୁ ନେଇ ହତ୍ୟା ଅଭିଯୋଗ

Spread the love

ପୁରୀ, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ପୁରୀ ଜେଲରେ ଜଣେ କଏଦୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଲେ ସମୁଦ୍ରକୂଳ ଥାନା ଅଧୀନ ବାଙ୍କିମୁହାଣର ଶ୍ରୀଧର ଦାସ (୫୦)। ଗତ ଜାନୁଆରୀ ୧୧ ତାରିଖରେ ସେ ଜେଲ ଯାଇଥିଲେ। ଜେଲର ଚିତ୍ତରଞ୍ଜନ ସାହୁ କହିଛନ୍ତି ଯେ, ୨ ଦିନ ତଳେ ସେ ଅସୁସ୍ଥ ହୋଇ ଖାଦ୍ୟ ଖାଉ ନଥିଲେ । ଶନିବାର ସେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ରାମଚଣ୍ଡୀ ଥାନା ପୁଲିସ ମୃତଦେହ ଜବତ କରି ରବିବାର ବ୍ୟବଚ୍ଛେଦ କରାଇଛି । ହେଲେ ଏହାକୁ ବିରୋଧ କରିଛନ୍ତି ମୃତ ଶ୍ରୀଧରଙ୍କ ପରିବାର। ଜେଲ ଭିତରେ ଅନ୍ୟ ଜଣେ କଏଦୀ ତାଙ୍କୁ ପିଟିପିଟି ମାରିଦେଇଥିବା ଶ୍ରୀଧରଙ୍କ ଭାଇ ଗୌତମ ଦାସ ଅଭିଯୋଗ କରିଛନ୍ତି । ଏନେଇ ଘଟଣାର ତଦନ୍ତ ଦାବି ହୋଇଛି।

Related Posts

About The Author

Add Comment